STORYMIRROR

Manisha Mishra

Others

2  

Manisha Mishra

Others

ବର୍ଷା ଛାଡ଼ୁନି

ବର୍ଷା ଛାଡ଼ୁନି

1 min
2.3K


The poem reflects on the unquenchable aspirations of human beings, like incessant rain!


ବର୍ଷା ଛାଡ଼ୁନି...


ଏଇ ବର୍ଷା ଛାଡ଼ୁନି,

ତା' ମନ ବି ଭରୁନି,

ଜଳର ଏଇ କରୁଣ କାନ୍ଦ,

କେବେ ଝଡର ରୂପ,

ଖୁବ ଚାଞ୍ଚଲ୍ୟ,

ଯେପରି ବ୍ୟାକୁଳ ମନରେ ଥାଏ,

କିଛି ଅବ୍ୟକ୍ତ ଭାବନା !


ଅସରନ୍ତି ମେଘ,

ଯେପରି ଜୀବନର ଆଶା,

ଆଜି ପାଣି ଛାତିଯାଏ,

ହେଲେ ପାରୁନି ସେ ବୁଡି,

ତା' ଭଉଁରୀରେ l


ଆଜି ଝରକା ବାହାରେ,

ପୁଣି ତା'ର ପ୍ରିୟ ବର୍ଷା,

ଆନନ୍ଦର ବିଜୁଳି,

ତା' ମନକୁ ଆଗ୍ରହରେ ଡାକେ,

ହେଲେ ହୃଦୟ କମ୍ପିଉଠେ,

ଯେବେ ସେ ଭାବେ,

ସମୟ ସୁଅରେ,

କୁଆଡେ ବୋହିଗଲା ସବୁ ପାଣି ଲୋ ...


Rate this content
Log in