STORYMIRROR

Manisha Mishra

Tragedy Inspirational

2  

Manisha Mishra

Tragedy Inspirational

ପୂଜା ଋତୁର ପ୍ରେମ

ପୂଜା ଋତୁର ପ୍ରେମ

7 mins
13.5K


- ଡ.ମନୀଷା ମିଶ୍ର

 

ଆଜି ବି ଗୁଂଜି ଉଠୁଛି

ସେଇ ଦଶହରା ମେଢ଼ର ସୋର-ଶବ୍ଦ

ଝାଞ୍ଜ-କୀର୍ତ୍ତନ, ବ୍ୟାଣ୍ଡ-ବାଜା, ହୁଳହୁଳି

ମେଲୋଡିରେ ବାଜୁଥିବା ବେସୁରା ସିନେମା ଗୀତ ..

ସବୁ ଆଵାଜ଼ ଭିତରେ ଏକ ନିଶବ୍ଦ ବାତାବରଣ

ହଠାତ୍ ସୃତି କରିଥିଲା ତୁମ ସ୍ୱର l 

 

ପୂଜାର ମଉଜ ଆରମ୍ଭ ଆଗରୁ

ଶୁଣିଥିଲି ତୁମରି ବାର୍ତ୍ତା

ଲାଗିଥିଲା ସ୍ୱର ଖୁବ ଆପଣାର

ସତେ ଯେମିତି କେହି ଅତି ନିଜର

ଯାହା ସଂଗେ ବିତିଥିଲା ଜୀବନର କିଛି ଅଂଶ

ଅନେକ ଦିନ ମାସ ବର୍ଷ

ଅବା ଯୁଗ ପୂର୍ବରୁ l

 

ମନ ଏମିତି ଉତଫୁଲିତ, ପୂରା ପୂରି ବିସ୍ମିତ

ରାତି ବିତୁଥିଲା ତାରା ଗଣି-ଗଣି

ତୁମ ନମ୍ବରକୁ ମୋବାଇଲରେ

ଚାହିଁ ରହିଥାଏ ଆଶାରେ

ଘଣ୍ଟି ବାଜିବ

ମନର ତୃଷ୍ଣା ମେଣ୍ଟିବ l

 

ନିଦ ନଥିଲା ଆଖିରେ,

କିମ୍ବା ମନରେ

ସେପଟେ ଉଚ୍ଚବର ଉତ୍ତେଜନା,

ଏପଟେ ଘୋର ନିଶା

ସକାଳ ଆଲୁଅ ଲୁଚି ଯାଇଥିଲା ଗୁପ୍ତକୋଣରେ

ଭାବବିହ୍ୱଳ ହୋଇ ବୁଡେଇ ଦେଲ ମତେ ସିନା

ଭାବୁଛି ପ୍ରତିଦାନ ଦେଇ ପାରିବିକି ଏଇ ସବୁର?

 

ମା ଆସିଲେ, ତୁମେ ଆସିଲ

ସେ ଦେଲେ ଆଶୀର୍ବାଦ,

ତୁମେ ହେଲ ମୋର l


Rate this content
Log in

Similar oriya poem from Tragedy