STORYMIRROR

Manisha Mishra

Inspirational Abstract

2  

Manisha Mishra

Inspirational Abstract

ଜ୍ୟୋତି

ଜ୍ୟୋତି

1 min
12.8K


ବାଲକୋନୀରେ ମୋର ଅନେକ ଦୀପ

ତେଲ, ବଳିତା ଏବଂ ମୋ ହାତର ଯତ୍ନରେ

ଜଳୁଛନ୍ତି ଖୁବ ଜୋରରେ

ସବୁଜ ପୋକ କେତେ ଆକର୍ଷିତ ହୋଇ

ଆସୁଛନ୍ତି ଉଜ୍ଜଳ ଆଲୁଅ ନିକଟକୁ

ହେଲେ ହଜି ଯାଉଛନ୍ତି ସେମାନେ

ଆଜି ଅଗ୍ନିର ପ୍ରକୋପରେ |

ରଙ୍ଗ-ବେରଙ୍ଗି ମହମବତୀ ସବୁ

ସଜା ହୋଇଛି ଆଜି ଘର ଭିତରେ

ଦୀପାବଳିର ଅବସରରେ

କିନ୍ତୁ ଏତେ ଶୀଘ୍ର ତରଳି ଯାଉଛି ସବୁ

ରୋକି ପାରୁନି କାହାର ଜ୍ୟୋତିକୁ ମୁଁ |

ଖୁବ ଆଲୋକିତ ପୁରା ଛାତ ମୋର

ବିଭିନ୍ନ ପ୍ରକାର ଆଲୁଅ

ଗୁଡ଼ି ପରି ଦିଶୁଚି

ଅନେକ ତା ମଧ୍ୟରୁ

ହେଲେ ଉଡି ପାରୁ ନାହାନ୍ତି କେହି

ଲଟକି ରହି ଦଉଛନ୍ତି ସମସ୍ତଙ୍କୁ କିରଣ |

ଯେତେ ଆଲୋକ ଥିଲେ ବି ଚାରିପଟେ

ତୁମେ ନ ଥିଲେ ମୋ ମନ ଅନ୍ଧାର

ତୁମେ ମୋ ଦୀପାବଳି ରଙ୍ଗୀନ ଆଲୁଅ,

ମୋ ଉଜ୍ଜଳ ଦୀପ, ମୋହରି ମହମବତୀ!

ତୁମରି ନାମ ପରି ତୁମେ

ଗୋଟେ ବତୀଘର 

ସମସ୍ତଙ୍କ ବେଦନା  ତୁମରି ନିଜର

କର ପଥ ଉଜ୍ଜଳ ଯିଏ ତୁମକୁ ଲୋଡେ

ରହୁ ତୁମ ଜ୍ୟୋତି ଚିରସ୍ମରଣୀୟ |

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational