STORYMIRROR

Manorama Mohanty

Abstract

3  

Manorama Mohanty

Abstract

ହେ ସ୍ୱପ୍ନିଳ ଜାନୁଆରୀ 2020

ହେ ସ୍ୱପ୍ନିଳ ଜାନୁଆରୀ 2020

1 min
219


ଜାନୁଆରୀ ର....... 

ଟୋପା ଟୋପା କାକରକୁ ନେଇ 

 ନୂଆବର୍ଷ ଆସିଛି, 

ଆତସବାଜିର........ 

ଠୋ ଠା, ଢ଼ୋ ଢା ଶବ୍ଦରେ 

ପୁରପଲ୍ଲୀ କମ୍ପୁଛି !!


ହେ ପ୍ରିୟ କୋଡିଏ....... 

ଚାହିଁଥିଲୁ ତୁମକୁ ପରା 

ନିଦ ହଜା ନୟନେ 

ତୁମେ ଆସିଗଲ...... 

ଝରାଇ ପିୟୁଷ ଧାରା 

ସବୁରି ତନୁମନେ !!


ହେ ଜାନୁଆରୀ....... 

ତୁମେ କି ଯାଦୁଗର 

ତୁମ ସେ ପେଡ଼ିରେ 

ନୀରବେ ଶୋଇଯାଉ..... 

ଫଣା ଧାରୀ ନାଗୁଣୀ 

ନ କରି ଫୁତ୍କାର !!

**************

ହେ ବିଶ୍ୱ କାରିଗର 

ତୁମର ସେହି ଯାଦୁଗରୀ ଖେଳରେ 

ଯେମିତି ମୁଁ ହାରିନଯାଏ, 

ଏକ ସୂକ୍ଷ୍ମ ଆଲୋକ ଅନ୍ତରାଳେ 

ସମଗ୍ର ସତ୍ତା ଆଲୋକିତ ହେଉ ।


ପାଷାଣୀହୋଇ ପଡ଼ିଥିବା ଶୀଳା

ମୁକ୍ତି ମୃଣୟ ହେଉ 

ଅଭିଶପ୍ତ ଅହଲ୍ୟା ମାନଙ୍କର 

ପ୍ରତିଛବି ପୁନଶ୍ଚ ଉଜ୍ଜିବିତ ହେଉ।


କଣ୍ଟାବୁଦାମାନଙ୍କରେ ପଲ୍ଲୀବିତ 

କି ଅବା ବାଂଶର ଅଧାଝଡା ଅଙ୍ଗେ 

ଫଗୁଣର ରଙ୍ଗ ବୋଳି ହେଉ ।


ମନ ଖୋଲି ହସି ଉଠୁ ଏକ 

ନୂତନ ରୂପରେଖ ଆଉ 

ଏହି ନବ ବର୍ଷ ପାଇଁ ସମସ୍ତ 

ଘାତ ପ୍ରତିଘାତର ଅନ୍ତ ହେଉ ।


ସୁଖ ମୁଗ୍ଧର ପରିସର ମଧ୍ୟରେ 

ନୂତନ ଦିଗନ୍ତ ଓ ପଥ ପରେ 

ଠିଆ ହୋଇ ଅପେକ୍ଷା ରତ ସବୁ 

ପୃଥିବୀ ବାସୀଙ୍କର ଅପେକ୍ଷାକୁ ଅନ୍ତ କର ।


ସବୁରି ହୃଦୟରୁ ତମସା 

ଅପସରି ଯାଉ 

ସବୁରି ମୁହଁରେ ହସ ଭରି

ସକଳ ବାସନା ସମର୍ପିତ ହେଉ 

ତୁମ ପ୍ରେମ ସମ୍ଭାଷଣେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract