STORYMIRROR

Sridevi Das

Inspirational

3  

Sridevi Das

Inspirational

ହେ ମଣିଷ

ହେ ମଣିଷ

1 min
219


ଧର୍ମ ଆଜି କାନ୍ଦେ 

କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ଅଧର୍ମକୁ ଆପଣେଇ, 

ଅଧର୍ମର ଫଳ ସିମିତ ମାତ୍ର, ଏତେ ଖୁସି କାହିଁ ପାଇଁ 


ନ୍ଯାୟ ଆଜି କାନ୍ଦେ 

କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ଅନ୍ୟାୟକୁ ଆପଣେଇ,

ଅନ୍ୟାୟର ଫଳ ବହୁ କଷ୍ଟଦାୟ, ଭାବିଲା ବେଳକୁ ଆଉ କିଛି ନଥାଇ 


ସ୍ନେହ ଆଜି କାନ୍ଦେ 

କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ଘୃଣାକୁ ଆପଣେଇ,

କରିଦେବ ସେ ଵେସାହାରା ,ଆପଣାକୁ ଦେବ ଦୁରେଇ, ଏତେ ଖୁସି କାହିଁ ପାଇଁ 


ଭକ୍ତି ଆଜି କାନ୍ଦେ 

କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ଅହଂକାରକୁ ଆପଣେଇ,

ଏଇ ଅହଂକାର ଅତି ଭୟଙ୍କର ସର୍ବନାଶ ସେ କରଇ ଏତେ ଖୁସି କାହିଁ ପାଇଁ 


ଦୟା ଆଜି କାନ୍ଦେ 

କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ନିର୍ଦୟାକୁ ଆପଣେଇ, 

ପାଷାଣ ହୋଇବ, ନିଷ୍ଠୁର ହୋଇବ ଯେତେ ଅରଜିବ ପାପ

ସର୍ବ ଦେବା ଦେବୀ ଅତିଷ୍ଠ ହୋଇବେ କେହି ନସୁଣିବେ ଡାକ 


କର୍ମ ଆଜି କାନ୍ଦେ 

କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ଅନ୍ୟକୁ ଦୋଷ ଦେଇ 

ଥରେ ଦେଖ ଝାଙ୍କି ନିଜ ଅନ୍ତରକୁ କି କର୍ତ୍ତବ୍ଯ କରିଛ କାହାପାଇଁ, ପ୍ରଶ୍ନବାଚୀ କାହିଁ ପାଇଁ,

ଆସିବି ମୁଁ ଫେରି ସେସବୁ ଘେନି କେବଳ ତୁମ୍ଭରି ପାଇଁ 


ମଣିଷ ଭାବୁଛି ମୁଁ ସର୍ବଜ୍ଞାନୀ, ସବୁ ମୁଁ ଯାଣଇ, ସବୁ କରେ ଠିକ୍, 

ହେଲେ ବାସ୍ତବରେ ଏହା ସତ୍ଯ ନୁହଁଇ, 

ବେଳ ଥାଊ ଥାଊ ସାବଧାନ ଯୀଏ ସଦା ସୁଖୀ ସେ ଅଟଇ।


ଗର୍ବ ଅହଙ୍କାର ଅତି ଭୟଙ୍କର, ତାର ପା ସେ ଯିଵା ଉଚିତ୍ ନୁହଁଇ, 

ସମୟ କହିବ କିଏ ବଳବାନ୍ ଆଊ କିଏ ନୁହଁଇ। 


ବୁଝିଲା ମଣିଷ ବୁଝି ଯାଏ ସିନା, ଅମଣିଷ କେବେ ବୁଝେନା, 

ଶେଷ ଜୀବନରେ ବୁଝିଲା ବେଳକୁ ଆଉ ତାକୁ କିଛି ମିଳେନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational