STORYMIRROR

Sridevi Das

Others

0  

Sridevi Das

Others

ହେ ନାଥ...

ହେ ନାଥ...

1 min
828


ତୁମକୁ ଦେଖିଲା ପରେ ଭୁଲି ଗଲି ସବୁକିଛ଼ି

ତୁମେ ସୁନ୍ଦର,

 ତୁମେ ସର୍ବୋତ୍ତମ,

ତୁମେ କାଳିଆ ସାଆନ୍ତ..

ହେ ନାଥ...

ତୁମ ପରି ଆଉ କିଏ ନାହିଁ ଏ ଜଗତେ,

ତୂମେ ପରା କାଳିଆ ସାଆନ୍ତ...

ହେ ନାଥ...

ଦ୍ଵାପରରେ ଶ୍ରୀ କୃଷ୍ଣ,

ତ୍ରେତୟାରେ ଶ୍ରୀରାମ,

କଳି ଯୁଗେ ତୁମେ କାଳିଆ ସାଆନ୍ତ...

ହେ ନାଥ...

ମାୟା ରେ କରୁଛ ବାୟା,

ଚକା ଆଖି ନୁହେଁ,

ନୟନ ପିତୁଳା ତୁମେ ଯଶୋଦା ମାଆର...

ହେ ନାଥ...

ଭକତ ର ଦାସ,

ତୁମେ ଜଗନ୍ନାଥ ଡାକିଲେ କରୁଛ ଓ ଅନ୍ତର୍ଯ୍ୟାମୀ ପ୍ରଭୁ ଭାବଗ୍ରାହୀ ତୁମେ ତୁମକୁ କୋଟି ଜୁହାର..

ହେ ନାଥ...

କି ଗୁଣ ଗାଇବି,

ପ୍ରଭୁ ତୁମ କଥା ଜ୍ଞାନ ନାହିଁ ମୋର ପାଶେ

ମନେ ପଡିଗଲେ ତୁମ କଥା ମୋର ଆଖିରୁ ଲୋତକ ଖସେ..

ହେ ନାଥ...

ଜାଣିନି ମୁଁ କାହିଁ,

ତୁମ ପ୍ରତି ଛବି ଆସେ ମୋ ରଙ୍ଗୀନ୍ ତୁଳିରେ

ଭାବନାରେ ତମେ,

ନିଶ୍ଵାସରେ ତମେ,

ଅନୁଭବ ମୁହିଁ କରେ..

ହେ ନାଥ...

ଭୁଲି କି ପାରିବି ସେ ରଙ୍ଗ ଅଧର,

ସେ ଚକା ନୟନ, ସେ ଚନ୍ଦ୍ର ବଦନ,

ଏ ନୟନ ଖୋଜେ ଚକା ଆଖି ତୁମକୁ ଦେଖନ୍ତି କି

ସବୁ ରାତି ଆଉ ସବୁ ଦିନ.

ହେ ନାଥ..

ସ୍ନେହ ଭରା ପତ୍ର ଗ୍ରହଣ କରିବ ଅଭିମାନ ନକରି,

ଦୂରେ ଥାଇ ମଧ୍ୟ ପାଶେ ଅଛ ମୋର ଏ ଜୀବନ ଅଟେ ତୁମ୍ଭରି..

ହେ ନାଥ..

ଦୋଷ ତ୍ରୁଟି ମୋର କ୍ଷମା କରି ଦେବ ଏଇଠି ପ୍ରଣାମ କରୁଛି,

ଭାବଗ୍ରାହୀ ତୁମେ ପ୍ରଭୁ ଜଗନ୍ନାଥ ତୁମେ ତ ଜଗତ ଠାକୁର ତୁମେ ତ ଜଗତ ଠାକୁର..

ହେ ନାଥ..


Rate this content
Log in