STORYMIRROR

Sridevi Das

Others

3  

Sridevi Das

Others

ମୋ ଜେଜେମା'ର ସ୍ମୃତିରେ

ମୋ ଜେଜେମା'ର ସ୍ମୃତିରେ

1 min
14.3K


ମୋ ଜେଜେମା’ର ସ୍ମୃତିରେ...

ଜେଜେମା’ ତୁ ନଥିଲୁ ଖାଲି,

ଥିଲୁ ବଂଶର ସ୍ରଷ୍ଟା, ଆଉ ରଙ୍ଗ ମଂଚର ମୁଖ୍ୟ ନାୟିକା,

ବୋଉ ବୋଲି ଡାକିବି କାହାକୁ ଆଉ

ଛାଡି ଚାଲିଗଲୁ ତୁ....

କାଲି ପରି ଲାଗୁଛି କୋଳେଇ କାଖେଇ ବୁଲୁଥିଲୁ ମତେ,

ଜଣା ନଥିଲା ତୁ କରୁଥିଲୁ ଅଭିନୟ,

ଥିଲୁ ଏକ ଚରିତ୍ର ଏଇ ଅଭିନୟ ଦୁନିଆର,

ବୋଉ ବୋଲି ଡାକିବି କାହାକୁ ଆଉ ଛାଡି ଚାଲିଗଲୁ ତୁ...

ଏ ଆଖି ଖୋଜୁଛି ତତେ, ଏ କାନ ଖୋଜୁଛି ତୋ ମଧୁର କଥା,

ହୃଦୟ ଖୋଜୁଛି ତୋ ସ୍ନେହ ମମତା,

ଅନ୍ତରେ ଲାଗୁଛି ବ୍ୟଥା, କାହାକୁ କହିବି ଏ କଥା,

କେମିତି ବୁଝାଇବି କହ ଏମାନଙ୍କୁ

ଫେରି ଆସନ୍ତୁ କି ତୁ...

ଅସୀମ ଧୈର୍ଯ୍ୟ, ଅପାର କରୁଣା, ଅମାପ ସ୍ନେହର ଉଦାହରଣ ତୁ,

ଲୁହ ବୋହି ଯାଏ ଆଖିରୁ ବୋଉ

ସତେ ଯେମିତି ଆସି ପୋଛି ଦେବୁ ତୁ,

ଭୁଲିକି ପାରିବି ତତେ ଏ ଜୀବନେ,

ସଦା ହୃଦୟରେ ରଖିବି ତତେ ସାଇତି,

ବୋଉ ବୋଲି ଡାକିବି କାହାକୁ ଆଉ ଛାଡି ଚାଲିଗଲୁ ତୁ...

ଶିଖେଇଛୁ ଅନେକ କିଛି ପାଇଛି ତୋ ଠାରୁ ଅନେକ ଶିକ୍ଷା,

ସେଇ ସ୍ନେହ ଭରା କଥା, ଉଷୁମ ରେଜେଇ,

ସେଇ ହାଡ ମାଳ ହାତରେ ଆଉଁଷି ଦେଉଥିଲୁ ତୁ ସବୁ କିଛି ଭୁଲି ଯାଉଥିଲି ମୁଁ,

ବୋଉ ବୋଲି ଡାକିବି କାହାକୁ ଆଉ ଛାଡି ଚାଲିଗଲୁ ତୁ...

ଜଣା ନଥିଲା ମତେ ତୁ କରୁଥିଲୁ ଅଭିନୟ, ମାୟାବିନୀ ଥିଲୁ ତୁ,

ମାୟା ଜାଲ ବିଛାଇ ଦେଲୁ,

ଜିତିଲୁ ତୁ ହାରିଗଲୁ ମୁଁ,

ମନକୁ ପାରୁନି ବୁଝାଇ ସତେ ତୁ ଆଉ ନାହୁଁ ବୋଲି,

କୁମାର ପୂର୍ଣିମା, ରଜ, ଅଷ୍ଟମୀ ଆସିଲେ ମନେ ତ ପଡିବ ତୁ,

ତୋ ସ୍ଥାନ କେହି ନେଇ ପାରିବେନି ବୋଉ ,

ସଦା ପୂଜନୀୟ ହୋଇ ରହିବୁ ତୁ,

ଯେଉଁଠି ଅଛୁ ତୁ ଶାନ୍ତିରେ ତୁ ଥା',

ତୋ ଅମର ଆତ୍ମାର ସଦ୍‌ଗତି ହଉ, ବୈକୁଣ୍ଠ ପ୍ରାପ୍ତି ହଉ ତତେ,

ପୂଣ୍ୟମୟୀ, କରୁଣାମୟୀ ଜନନୀ ତୁ,

ଏତିକି ମୀନତି ମୋର ଠାକୁରଙ୍କ ପାଶେ,

ତୋ ସ୍ଥାନ କେହି ନେଇ ପାରିବେନି ବୋଉ

ସଦା ପୂଜନୀୟ ହେଇ ରହିବୁ ତୁ...

Sridevi Jyotiprakash

Bangalore.


Rate this content
Log in