ଗୁରୁଙ୍କ ପାଇଁ ପଦେ
ଗୁରୁଙ୍କ ପାଇଁ ପଦେ
ଗୁରୁ ନୂହେଁ ସେ ପରଂବ୍ରହ୍ମ,
ଗୁରୁଙ୍କୁ ମୋର ସାଷ୍ଟାଙ୍ଗ ପ୍ରଣାମ,
ମାତା ଗୁରୁ, ପିତା ଗୁରୁ, ଶିକ୍ଷା ଗୁରୁ,ଦୀକ୍ଷା ଗୁରୁ
ଗୁରୁଙ୍କ ବିନା ଏ ଜୀବନ,
ସତେ ଯେମିତି ଜୀବନ ଚକ୍ଷୁ ହୀନ,
ଗୁରୁଙ୍କୁ ମୋର ସାଷ୍ଟାଙ୍ଗ ପ୍ରଣାମ.
ଗୁରୁ ନୂହେଁ ନର, ସେ ତ ସାକ୍ଷାତ୍ ପରମେଶ୍ଵର,
ଏ ଅଜ୍ଞାନର ଅନ୍ଧକାରେ ଦେଖାଇଲେ ପଥ ଆଲୋକର,
ଗୁରୁ ନୂହେଁ ନର, ସେ ତ ସାକ୍ଷାତ୍ ପରମେଶ୍ଵର .
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ.
ଜୀବନକୁ ଜୀବନ ପରି ବଞ୍ଚିବାର ଜ୍ଞାନ ଦେଲେ ଆପଣ,
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ.
ଆପଣଙ୍କ ବିନା ଏ ଶରୀର ପ୍ରାଣ ହୀନ,
ଏକଲବ୍ୟ ତ ନୂହେଁ ମୁହିଁ, ନୂହେଁ ମୁଁ ଅର୍ଜୁନ ,
ସେ ଭକ୍ତି ବା କାହିଁ ମୋ ପାଶେ,
ମୁଁ ଛାର ଭକ୍ତି ହୀନ,
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ.
କି ଅବା ଦେବି ଗୁରୁ ଦଖିଣା,
ନାହିଁ ମୋର ପାଶେ କିଛି,
ଏ ମନ ମୋର କହେ ହେଇ ଥାନ୍ତି କି ମୁଁ ଏକଲବ୍ୟ ଅଙ୍ଗୁଳି ମୁଁ ଦେଇଥାନ୍ତି କାଟି,
ହାତ ମୁଁ ଯୋଡୁଛି ପ୍ରଣାମ କରୁଛି,
କ୍ଷମା କରିଦେବେ ମତେ,
ଏ ଅଜ୍ଞାନ ଆଜି ଭିକ୍ଷା ମାଗୁ ଅଛି ଆପଣଙ୍କ ଆଶିର୍ବାଦ ଟିକେ,
ଆପଣଙ୍କ ବିନା ଏ ପଥ ଅଟେ ଗନ୍ତବ୍ୟ ହୀନ.
ଭକ୍ତି ହୀନ ମୁଁହିଁ, ଜ୍ଞାନ ହୀନ ମୁହିଁ, ଜ୍ଞାନ ନାହିଁ ମୋର ପାଶେ,
କି ଗୁଣ ଗାଇବି ଆପଣଙ୍କ କଥା ଦିନ ରାତି ବସି ଭାବେ.
ମାତା ପିତା ହେଇ ଜନ୍ମ ଦେଲ ,
ଗୁରୁ ହେଇ ଶିକ୍ଷା ଦେଲ ,
ସଖା ହୋଇ ହାତ ରେ ହାତ ମିଳାଇଲ,
ନିଶ୍ଵାସ ହୋଇ ଏ ଶରୀର ରେ ପ୍ରାଣ ଦେଲ,
ଖାଦ୍ୟ ହୋଇ ଜୀବନକୁ ଆଧାର ଦେଲ,
କି ଅବା ଦେବି ଗୁରୁ ଦକ୍ଷିଣା ନାହିଁ ମୋର ପାଶେ କିଛି..
ଏ ମନ ମୋର କହେ ହେଇଥାନ୍ତି କି ମୁଁ ଏକଲବ୍ୟ ଅଙ୍ଗୁଳି ମୁଁ ଦେଇଥାନ୍ତି କାଟି.
ହାତ ମୁଁ ଯୋଡୁଛି, ପ୍ରଣାମ କରୁଛି କ୍ଷମା କରିଦେବେ ମତେ,
କି ଅବା ଦେବି ଗୁରୁ ଦକ୍ଷିଣା ନାହିଁ ମୋର ପାଶେ କିଛି..
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ.
ଯୀଶୁ, ଆଲ୍ଲା ଆଉ ଭଗବାନ୍ ସବୁ ଆପଣଙ୍କ ନାମ୍
ବାଇବେଲ , କୋରାନ୍ ଆଉ ଭାଗବତ ସବୁ ଆପଣଙ୍କ ଦାନ୍
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ.
ମନେ ପଡି ଯାଏ ଛୋଟ ବେଳ କଥା,
ସେ ନୀତି ବାଣୀ ଆଉ ସେହି ପ୍ରବଚନ,
ନିଷ୍ପାପ ମନ ରେ ଭାବୁଥାଏ ବସି କେତେ କଣ,
ଆଜି ମୁଁ ଭାବୁଚି ସେ ନୀତିବାଣୀ ଆଉ ସେ ପ୍ରବଚନ ମୋ ଜୀବନରେ ଅମୂଲ୍ୟ ରତ୍ନ ଆଉ ମହାନ୍ ଅବଦାନ.
ସାଇତି ରଖିଛି ତାକୁ ସାଇତି ରଖିବି ନ କରି କେବେ ଅସମ୍ମାନ,
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ.
ଭକ୍ତି ହୀନ ବୋଲି ନକରିବେ ଦୂର ଜ୍ଞାନ ହୀନ ବୋଲି ନକରିବେ ପର,
ଏ ଜିବନ ଅଟେ ଆପଣଙ୍କ ଅବଦାନ,
ଏ ଅଧମ କରେ ସାଷ୍ଟାଙ୍ଗ ପ୍ରଣାମ, ସାଷ୍ଟାଙ୍ଗ ପ୍ରଣାମ.
ଶ୍ରୀଦେବୀ ଦାସ୍
ବାନ୍ଗାଲୋର।
