STORYMIRROR

PUSPALATA SAHOO

Comedy

4  

PUSPALATA SAHOO

Comedy

ହାୟ ରେ ହାୟ

ହାୟ ରେ ହାୟ

1 min
220


ଘରଣୀଟା ମୋର ବୋଲ ମାନୁନାହିଁ 

ଲକ ଡାଉନ ଯେବେ ହେଲା 

କହୁଛି ଯିବ ସେ ବଜାର ବୁଲି

ମନଟା ତାର ଲକ ହେଲା 

ବଜାର ଘାଟରେ ସାଙ୍ଗର ଭେଟ 

ହେଉନାହିଁ ଘରେ ତାହା 

ଗୁପଚୁପ ସାଥେ ବିଅର ପାଣି 

ଲାଗେ କେଡେ ମଜା ଆହା 

ମାସ୍କ ପିନ୍ଧୁଛି ମୁହଁରେ ତାର 

ଲିପିସ୍ଟିକ ଦିଶୁନାହିଁ 

ଲମ୍ବା ବେଣୀ ଟାକୁ କଟକରିବ 

ପାର୍ଲର ଟା ଖୋଲୁନାହିଁ 

ସବୁଫେସନ ତା ଗଲାଣି ଚୁଲୀକୁ 

ଘରେ ବସି ବସି ହେଲାଣି ବୋକି 

କହୁଛି ଜୀବନ ବରବାଦ ହେଲା 

ଲକ ଡାଉନ ରେ ଜୀବନ ମାଟି 

ହାୟ ହାୟ ଏକି ହେଲା..... 

ଲକ ଡାଉନ ରେ ହାଣ୍ଡି ଖେଂଚିଖେଂଚି

ଜୀବନ ମୋ ସରିଲା..... ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy