STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ହାତରେ ମଶାଇ ହାତ

ହାତରେ ମଶାଇ ହାତ

1 min
24K


  ହାତରେ ହାତକୁ ମିଶାଇ ଦେଲେରେ

  ପଥର ହୁଅଇ ପାଣି

  ଜିତିବାର ବାଟ ସହଜ ହୁଏରେ

  ମନକୁ ପାରିଲେ କିଣି


  ଅମାପ ମାପ ଏ ଏକତାର ବଳ

  ବନ୍ଧବାଡ ମାନେ ନାହିଁ

  ମହା ଶକତିର ମୋହଭଙ୍ଗ କରେ

  ଏକତାର ଗୀତ ଗାଇ


  ପ୍ରଳୟ ଯଦିବି ତରାଟଇ ଆଖି

 ନଥାଏ ସେଥିକି ଭୟ

  ବିଶ୍ବାସ ରେ ହୁଏ ଏ ଜଗତ ବସ

 ସମ୍ପ୍ରତି ର ସଦା ଜୟ


  ଲୁହ କରେ ଗେଲ କଣ୍ଟା ପାଏ ଭଲ

  ସବୁ ମନ ଗଲେ ମିଶି

  ସୁଖ ଦୁଃଖ ସବୁ ବାଣ୍ଟି ନେଲେ ସାଥି

  ପାହିଯାଏ ଅମା ନିଶି


  ମନ ମିଶିଗଲେ ମଉଳା ଫୁଲବି

  ହସୁଥାଏ ଖିଲିଖିଲି

  ଶତ ସମସ୍ୟାର ଅଲୁରା ସୂତାର

  ଖିଅ ଯାଏ ସବୁ ଖୋଲି 


  ହାରି ଯାଇଥିବା ହୃଦୟକୁ ଆମେ

  ପଛରେ ଯିବାନି ଛାଡି

  ଭରଷା ପାଇଲେ ପ୍ରଳୟ ସାଥିରେ

  ପୁଣିସେ ପାରିବ ଲଢି 


  ସବୁ ହାତ ଯେବେ ମିଶିଯାଏ ତେବେ

  ଦେଖାଯାଏ ନୂଆ ବାଟ

  ଦାଉଧକ୍କା ସବୁ ବାଟ ଭାଙ୍ଗି ଯାଏ

  ଉଛୁଳେ ଖୁସିର ହାଟ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational