STORYMIRROR

Pramit Mohapatra

Inspirational

2  

Pramit Mohapatra

Inspirational

ହାଏରେ ଜମାନା

ହାଏରେ ଜମାନା

1 min
13.1K


ଲୋକ ତ ମଡ଼େନ୍ ଆଜିକା ଯୁଗରେ

ପ୍ରଗତିରପଥେ ଦୁନିଆ,

ଦେଖି ଲୋକଙ୍କର ଭାବ-ଭଙ୍ଗୀ ଆଜି

ବୁଢ଼ାଏ ହୁଅନ୍ତି ଛାନିଆ।

________________________

ସିଙ୍ଗିଲି କଲର ଫୁଲ୍ ପ୍ୟାଣ୍ଟ କାହିଁ

କଟା ଜିନ୍ ପ୍ୟାଣ୍ଟ ବେଳ,

ନିଶ ରଖିଲଣି ତଳିଓଠ ତଳେ

ମୁଣ୍ଡ ତ କୁକୁଡ଼ା ଚୁଳ।

କଳା ଚଷମାରେ ମାରୁଛ ଷ୍ଟାଇଲି

ପୂରାତ ହୀରୋ ଫିଲିଙ୍ଗି,

ପାଠ, ରୋଜଗାର ଥାଉ ତେଣେ ଦୂରେ

ଅଯଥା କର ମିଟିଙ୍ଗି।

ବାପ, ମା' କହନ୍ତି କୁଳନନ୍ଦନ ମୋ'

ଗୁଣ ତା'ର କେତେ ଭଲ,

ଲୁଚିଛପି ପିଲେ ଅନ୍ଧାରିଆ ଦେଖି

ଖୋଲୁଛ ନାଲି ବୋତଲ !!

ଟୋକି ଦଳ ପରା ଦେଖା ହୋଇଗଲେ

ଓଭର ଆକ୍ସନ୍ ଷ୍ଟାର୍ଟ,

କକା, ମାମୁଁ, ବାପା ଦେଖା ହେଲେ କାହିଁ

ମୁହଁରେ ଲାଗଇ ଭାଟ୍ ??

______________________

ଛୋଟ ଝିଅ ସବୁ ବୋହୁ ହୋଇଲେଣି

ସାଜି ପୂରା ଓଡ଼ିଆଣୀ,

ପିନ୍ଧିଲେଣୀ ପୂରା ଓଡ଼ିଆଙ୍କ ଶାଢ଼ୀ

ମୁଣ୍ଡରେ ଓଢ଼ଣା ଟାଣି।

ଦୁନିଆର ସଙ୍ଗେ ତାଳ ଦେଇ ଚାଲୁ

କେଉଁ ଗୁଣେ କୁହ ଊଣା,

ସ୍କୁଟି ମିଟରର ଅଶି ଟପେ କଣ୍ଟା

ଉଡ଼େ ତ ନାହିଁ ଓଢ଼ଣା।

ମାଡ଼ାମ୍ ସାଜି ତ ଚୁଟି କତରାଉ

ଲାଗୁ ପଛେ ସେ ଅଡୁଆ,

ଦୁନିଆ ସାଙ୍ଗରେ ତାଳ ଦେଉ ପରା

ମଡ଼େନ୍ ଆମେ ଓଡ଼ିଆ ।

ଜିନ୍ ପ୍ୟାଣ୍ଟ ଆଉ ଟି-ସର୍ଟ ପିନ୍ଧୁ

ଦେଖା-ଦେଖି ଲୋକଙ୍କର.

ଜମାନାର ସଙ୍ଗେ ତାଳ ଦେଇ ପରା

ଟେକ ରଖୁ ଓଡ଼ିଆର...ହାଁ।



ଅଧିକ ପ୍ରସଙ୍ଗିଆ ମୁନ୍ନା ମହାପାତ୍ର,

ଗୁଣପୁର, ରାୟଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational