ଗୁରୁ
ଗୁରୁ
ଅନ୍ଧାର ରୂପରେ ଗୁରୁ ଆଲୋକ,
ଶିକ୍ଷା ଦିଅ ତୁମେ ଆମ ଶିକ୍ଷକ।
ଯାହାବି ଶିଖିଛୁ ତୁମ କୃପାରୁ ,
ପାସୋରି ଯିବନି କେବେ ମନରୁ।
ଦୁନିଆରେ ଅମୂଲ୍ୟ ଏ ସମ୍ପର୍କ,
ଅନ୍ଧାର ପଥରେ ତୁମେ ଆଲୋକ।
ତୁମ ପାଇଁ ଦିନ ଗୁରୁ ଦିବସ,
ରହୁଥାଉ ତୁମ ସ୍ନେହ ଆଶିଷ।
ହୃଦୟରେ ହୁଏ ତୁମରି ପୂଜା,
ଶିକ୍ଷା ଦୁନିଆରେ ତୁମେହିଁ ରାଜା।
ହୋଇଛ ଆମରି ଶୁଭଚିନ୍ତକ,
ଅନ୍ଧାର ପଥରେ ତୁମେ ଆଲୋକ।
ଦୁନିଆଟା ଯଦି ଅନ୍ଧାର ହୁଏ,
ଶିକ୍ଷାର ପ୍ରଦୀପ ଜାଳିବ କିଏ ।
ଶିକ୍ଷାର ପ୍ରଦୀପ ଜାଳିବା ପାଇଁ,
ଶିକ୍ଷକ ସାଜିଲ ଦୁନିଆଁ ପାଇଁ ।
ହେ ଶିକ୍ଷକ ତୁମେ ଶିକ୍ଷା ରକ୍ଷକ
ଅନ୍ଧାର ପଥରେ ତୁମେ ଆଲୋକ ।
