STORYMIRROR

Smrutirani Polai

Tragedy

4  

Smrutirani Polai

Tragedy

ବରଷା ହେବ ଭରସା

ବରଷା ହେବ ଭରସା

1 min
572

ଚପଳା ଚମକେ ଘଡଘଡି ନଦେ            

ଧରା ହୁଏ ପ୍ରକମ୍ପିତ           

ମେଘ ବରଷିଲା ଟୁପୁରୁ ଟାପୁରୁ            

ବେଙ୍ଗୁଲି ଗାଇଲା ଗୀତ।          


ଦାଉ ସାଧୁଥିଲା ବୈଶାଖୀ ସୂରୁଜ          

ଏବେ ହୋଇଗଲା କ୍ଷୀଣ ।          

ବରଷା ପରସେ ହସିଲା ଧରଣୀ           

ହସିଉଠେ ଚାଷୀ ପ୍ରାଣ ।          


ଲାଲ୍ ଟୁକୁ ଟୁକୁ ସାଧବ ବୋହୁ ଯେ           

ଓଢ଼ଣା ଟେକିଛି ଆଜି ।          

ବରଷାକୁ ଯିଏ ସ୍ୱାଗତ କରିବ            

ମହୀ ମୁରୁକିବ ମାଜି ।          


ବରଷା ଯେ ହେବ ସଭିଙ୍କ ଭରସା           

ଧୋଇ ଦେବ ପାପ ରାଶି,           

ସବୁଜ କ୍ଷେତରେ ସୁନାର ଫସଲ           

ଅମଳିବ ଭାଇ ଚାଷୀ ।          


ବରଷା ବାଣ୍ଟିବ ସୁଖର ପସରା            

ଦୁଃଖକୁ ଦେବ ଯେ ଏଡି ।         

ଶାନ୍ତି ପୀରତିର ପତାକା ବାହିବ            

ଦେବ ସୁଖ ଶ୍ରଦ୍ଧା ଯୋଡ଼ି ।         


ବରଷା ଦେବ ଯେ ନୂତନ ଜୀବନ           

ସାଜିଯିବ ଆମ ରାହା          

ଏତିକି ବିନତୀ ଜଣାଏ ପ୍ରଭୁଙ୍କୁ            

ପ୍ରଭୁ ହେବେ ଆମ ସାହା ।।



Rate this content
Log in

Similar oriya poem from Tragedy