STORYMIRROR

Smrutirani Polai

Others

3  

Smrutirani Polai

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
168

ମେଘ ବରଷୁଚି ଖରା ପଡ଼ିଅଛି

ପାଣି ଚାଲେ ଧାର ଧାର 

ସାରୁ ଗଛ ମୂଳେ ବେଙ୍ଗ ରାଜା ବସି

କେଁ କେଁ କରେ ସ୍ୱର।


ବେଙ୍ଗୁଲି ନାନୀଟି ରହି ରହି କାନ୍ଦେ

ଯିବ ଆଜି ଶାଶୁଘର

କେଁ କଟର କେଁ ବାଇଦ ବଜାନ୍ତି

ଭେକ ମାନେ ହୋଇ ମେଳ।


ବରଷା ସାଙ୍ଗରେ ପଡ଼ିଛି ଆକାଶେ

ଇନ୍ଦ୍ରଙ୍କ ଦେବତା ଧନୁ

କେତେ ମନୋହର ରଙ୍ଗ ବେରଙ୍ଗର

ଭୁଲି ହୁଏ ନାହିଁ ମନୁ ।


ସାତଗୋଟି ରଙ୍ଗ ହୋଇ ଏକାଠି

ବାଇଗଣୀ ହଳଦିଆ 

ଘନନୀଳ ଲାଲ୍ ସବୁଜ ନାରଙ୍ଗୀ

ନୀଳ ରଙ୍ଗ ଶୋଭା ଆହା।


ଇନ୍ଦ୍ରର ଦେବତା ହାତେ ଧନୁ ଧରି

ବୁଲନ୍ତି ମହୀ ମଣ୍ଡଳ

ଶୋଭା ସମ୍ପଦରେ ହସି ଉଠେ ମହୀ

ଭରନ୍ତି ଧରଣୀ କୋଳ ।



Rate this content
Log in