STORYMIRROR

Smrutirani Polai

Tragedy

4  

Smrutirani Polai

Tragedy

ଅଦୃଶ୍ୟ ଶିଳ୍ପୀ

ଅଦୃଶ୍ୟ ଶିଳ୍ପୀ

1 min
430

ମାଟି ମୂର୍ତ୍ତିଟିଏ ଗଢିଦେବା ସିନା          

ମାଟିକୁ ଗଢିଛି କିଏ?            

କାଗଜରେ ଛବି ଅଙ୍କିଦେବା ସିନା         

ପ୍ରକୃତି ଗଢିଛି କିଏ?             


କିଏ ସେହି ଶିଳ୍ପୀ ଅଦୃସ୍ୟରେ ରହି        

ଗଢିଛି ସୁନ୍ଦର ଧରା             

ଆକାଶରେ ସାତ ଇନ୍ଦ୍ରଧନୁ ରଙ୍ଗ         

ବର୍ଷା ସୂର୍ଯ୍ୟ ଚନ୍ଦ୍ର ତାରା ।            


କି ସୁନ୍ଦର ଦିଶେ ଶ୍ୟାମଳ ବନାନୀ        

ପାହାଡ଼ ଝରଣା ନଈ             

ଝରଣା ଗାଉଛି କୁଳୁକୁଳୁ ଗୀତ          

ମନକୁ ନେଉଛି ମୋହି।            


ଫୁଲରେ ଦେଇଛି ଭିନ୍ନ ଭିନ୍ନ ରଙ୍ଗ         

ଭରିଛି ପୁଣି ମହକ ।             

କିଏ ଗଢିଦେଲା ଦିନ ଆଉ ରାତି         

ସୂର୍ଯ୍ୟ ଚନ୍ଦ୍ରର ଆଲୋକ।            


କୋଇଲିର କଣ୍ଠେ ମଧୁବୋଳା ସୁର        

ଗାଭୀକୁ ଅମୃତ ଧାର             

ବାୟା ଚଢେଇକୁ କିଏ କରିଦେଲା         

ଏତେ ସୂକ୍ଷ୍ମ କାରିଗର            


ସେ କେଉଁ ଶିଳ୍ପୀର ହାତ ପରାଶରେ        

ମୟୂର ଦିଶେ ସୁନ୍ଦର ।            

ପରଜାପତିର ଡେଣା ଛିଟ ଛିଟ          

ଗୁଣ୍ଡୁଚି ପିଠିରେ ଗାର।            


ଋତୁ ପରେ ଋତୁ ଆସି ଏ ଧରାକୁ         

ସୁନ୍ଦର କରଇ ମହୀ             

କିଏ ସେହି ଶିଳ୍ପୀ ବିଶ୍ଵ କାରିଗର          

ସବୁର ସ୍ରଷ୍ଟା ସେହି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy