STORYMIRROR

Dharitri Das

Abstract Tragedy

3  

Dharitri Das

Abstract Tragedy

ଗୁରୁ ମୋ ଦେବତା

ଗୁରୁ ମୋ ଦେବତା

1 min
209

ପୂଜାସ୍ପଦ ଗୁରୁ କାହିଁଗଲ ଆମକୁ ଏକା କରି

     କିବା ଦୋଷ ରହିଥିଲା ଆମରି।

କେଉଁ ଦୋଷ ପାଇଁ ଚାଲିଗଲ ଛାଡି କରି ହେ ଗୁରୁ

      ଫେରିଆସ କରୁଅଛି ଗୁହାରି।।

ଯାଜପୁର ଜିଲ୍ଲା ଏକତଳା ଗ୍ରାମେ ଜନମି ଥିଲ

    ମହନି ଚରଣ ନାମକୁ ଧରି।

ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିଲ

     ଦୀର୍ଘଦିନ ଶିକ୍ଷକତାକୁ କରି।।

ହସ ହସ ମୁଖ ମଧୁଝରା ସୁଲଳିତ କଣ୍ଠରୁ

     ଝରୁଥିଲା ସଦା ମଧୁର ବାଣୀ।

ମନେପଡି ଯାଏ ଶରଧା ପୂର୍ଣ୍ଣ ସେହି ସୁମଧୁର

    ସ୍ନେହ ଭରା ବୋଉ ଡାକଟି ପୁଣି।।

ଯାଦୁଭରା ଥିଲା ଶିକ୍ଷାଦାନ କରିବାର ଶଇଳି

     ସବୁରି ମନକୁ ଛୁଇଁଲା ପରି।

ସ୍ନେହଭରା ତାଙ୍କ ଅମୃତମୟ ବାଣୀରେ ମୋହିତ

      ହୋଇ ପାଳନ୍ତି ଆଜ୍ଞାକୁ ତାଙ୍କରି।।

ହଜିଗଲ କାହିଁ ଦେଖାଦିଅ ବାରେ ଆକୁଳେ ରହିଛୁ

      ଛାଡିଯାଇଥିବା ସ୍ମୃତିକୁ ଚାହିଁ।

ଛାତ୍ରଛାତ୍ରୀ ସବୁ ଭୁଲିବେନି କେବେ ମନରୁ ତାଙ୍କର

      ପୂଜ୍ୟ ପୂଜାର ଭାଵନାକୁ କାହିଁ।।

ଯହିଁ ଥାଅ ମନା ନାହିଁ ଗୁରୁ ଫେରିଆସ ପୁନର୍ବାର

       ମର୍ତ୍ତ୍ୟକୁ ବାରେ ହେ ସୁନାମଧାରୀ।

ଜୀବ ଥିବା ଯାଏ ଚାଲୁଥିବୁ ସତପଥେ ଆପଣଙ୍କ

       ସେହି ସ୍ମୃତିକୁ ପାଥେୟ କରି।।

ବୋଉ ଡାକ ଥରେ ଶୁଣିବାକୁ ମନ ହେଉଛି ବ୍ୟାକୁଳ

       ଜନ୍ମନିଅ ବାରେ କୋଳରେ ମୋହର।

ପ୍ରଣିପାତ କରେ ଅଧମ ଧରିତ୍ରୀ ଘେନ ମୋ ଜୁହାର

       ଫୁଲ ଚନ୍ଦନ ଦେଇ ପୁଜେ ପୟର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract