Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

4  

Ajit Kumar Raut

Tragedy

ଗୁମୁରି କାନ୍ଦୁଛି ଭାରତ ମାଆ

ଗୁମୁରି କାନ୍ଦୁଛି ଭାରତ ମାଆ

1 min
374


କାନ୍ଦୁଛି ବିକଳେ ଗୁମୁରି ଗୁମୁରି

ଦେଖିଣ ନେତା ତାଣ୍ଡବ

ଦୃଶ୍ୟ ଅନ୍ୟାୟର ପୁଣି ଅବିଚାର 

ହୁଏ ରାଷ୍ଟ୍ରେ ଆବିର୍ଭାବ ।

କାନ୍ଦୁଛି ବିକଳେ


ନାରୀ ନିର୍ଯାତନା ହେଉଛି ଦେଶରେ 

କାନ୍ଦୁଛି ଭାରତ ମାତା

ପୁଣି ରାଜନୀତି ସତ୍ତାର ନିମନ୍ତେ 

ତାଣ୍ଡବ କରନ୍ତି ନେତା ।

କାନ୍ଦୁଛି ବିକଳେ


ଦୂର କରିବାର ନାହିଁ ମନୋବୃତ୍ତି

ଘୃତରେ ନିଆଁ ଦିଅନ୍ତି 

ମାନ ଓ ସମ୍ମାନ ନରଖି ନାରୀର

ଠିଆ ସେ ଦାଣ୍ଡେ କରନ୍ତି ।

କାନ୍ଦୁଛି ବିକଳେ


ନାରୀ ନିର୍ଯାତନା ହୁଏ ରାଜ୍ୟବ୍ୟାପୀ 

ବଡ଼ ସମସ୍ୟା ଦେଶର

ଦୂର କରିବାର କର୍ତ୍ତବ୍ୟ ନେତାର

କିମ୍ପା ରାଜନୀତି ତାର ।

କାନ୍ଦୁଛି ବିକଳେ


ଗୁମୁରି  ଗୁମୁରି  କାନ୍ଦୁଛି ଜନନୀ

ବହୁ ଅଛି ଅଶ୍ରୁଜଳ

ନେତାଯୋଗୁଁ ମାତା ପାଉଛୁ ଯନ୍ତ୍ରଣା 

ନିର୍ମିତରେ ନୂଆ ଦଳ ।

କାନ୍ଦୁଛି ବିକଳେ


ସତ୍ତା ଲାଭ ପାଇଁ ନେତା କରୁଛନ୍ତି

ବିରୋଧ ଭାରତ ମାତା 

ସେନ ପରାକ୍ରମେ ପ୍ରଶ୍ନ କରୁ ଥାନ୍ତି 

ପାଇବା ପାଇଁ ଟି ସତ୍ତା ।

କାନ୍ଦୁଛି ବିକଳେ


ନୂଆ ଏ ଭାରତ ନୂଆ କଳେବର

ଅମୃତ କାଳ ଟି ପରା

ଆଦର ସମ୍ମାନ ବିଶ୍ବରେ ଅପାର

ଉଡୁଛି ସୁନାମ ସାରା ।

କାନ୍ଦୁଛି ବିକଳେ


ମିଳି ମିଶି  କର  ସମାଧାନ ତାର

ହେଉ ବା ସମସ୍ୟା ନାରୀ 

ଦେବହୀତେ ଯାହା ଜରୁରୀ ନେତାର

ରାଜନୀତି କୁ ନ କରି ।

କାନ୍ଦୁଛି ବିକଳେ


ଗୁମୁରି ଗୁମୁରି କାନ୍ଦୁଛି ବିକଳେ

ଦେଖି ନେତା ଗତିବିଧି

ପାସେ ଜନତାଙ୍କ ଅଛି ସବୁ କିଛି 

ଦେବରେ ଶିଖାଇ ବିଧି ।

କାନ୍ଦୁଛି ବିକଳେ


ମାତାଙ୍କ ରୋଦନ ଦୂର କରିବାର

ପରା କର୍ତ୍ତବ୍ୟ ଆମର

କର ବହିଷ୍କାର ଏପରି ନେତାର 

ତିରସ୍କାର ଟି ଦଳର ।

କାନ୍ଦୁଛି ବିକଳେ


Rate this content
Log in

Similar oriya poem from Tragedy