Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

4  

Manorama Mohanty

Abstract

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
450



ଦିନ ଗଡିଯାଏ ପାଣିସୁଅ ପରି 

ଆଗକୁ ବରଷେ ହେବ 

ତୋ ମୋ ପୀରତି ନୂଆଲାଗେ ନିତି 

କରୁଛି ମୁଁ ଅନୁଭବ ।


ଯେତେ ଦେଖିଲେବି ନୂଆ ନୂଆ ଦିଶୁ 

ପଲକେ ଅଲଗା ରୂପ 

ପରୀ ରାଇଜର କାହାଣୀ ପରି ଲୋ 

ଲାଗେ ତୋର ଗପସପ ।


ବୟସ ନିଶାରେ ଅୟସୀ ତନୁ ତୋ 

ଲାଗୁଥାଏ ଛନ ଛନ 

ବେଳେବେଳେ ପୁଣି ଭାବାନ୍ତର ହୁଏ 

 ତୁ କି ଅମାବାସ୍ୟା ଜହ୍ନ ।


ଦିନ ଯାଏ ଚାଲି ରହିଯାଏ ଖାଲି 

ତୋ ମୋ ଭିତିରି ଭାବ 

ଅଳସ ଆଖି ତୋ ନଇଁ ପଡିଥାଏ 

ଯେସନେ ମଳିନ ପ୍ରେମ ।


କହି ନାହୁଁ ସିନା ମୁହଁ ଖୋଲି କେବେ 

ପାରୁନାହୁଁ ଭୁଲି ମୋତେ 

ଭାବୁଛୁ ବୋଲି ତୁ ମୋତେ ସେ ଦିନରୁ 

ଭୁଲି ତ ପାରୁନି ତୋତେ ।


ଝରି ତୋ ହୃଦୟୁ ପୀରତିର ଝର 

ଅନ୍ତରେ ମୋ ବୋହିଯାଏ 

ସପନ ଦେଖିତୁ ପଡିଲେ ଚମକି 

ନିଦ ମୋର ଭାଙ୍ଗିଯାଏ ।


ତୋ ନୀଳ ନୟନ କିଣିଲା ମୋ ମନ 

ଦେଖିଲା ଦିନରୁ ତୋତେ 

ମୋ ପ୍ରେମ ସାଗରେ ନୀଳକଇଁ ତୁ ଲୋ 

ଭୁଲି ମୁଁ ପାରୁନି ତୋତେ ।


ନୀଳଶାଢ଼ୀ ଆଉ ନୀଳ ଚୁଡ଼ି ପିନ୍ଧି 

ଆଗୋ ମୋ ଗୃହ ର ଲକ୍ଷ୍ମୀ 

ତୋ ମନ ଆକାଶେ ବାସନା ବିକାଶେ 

କିଏ ତୋର ସମକକ୍ଷି 

ତୁ ମୋ ପ୍ରେମ ର ମଧୁମତୀ

ମୋ ଘର ର ଗୃହଲକ୍ଷ୍ମୀ ।


Rate this content
Log in

Similar oriya poem from Abstract