Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Panchanan Jena

Tragedy

3  

Panchanan Jena

Tragedy

ଗ୍ରେଟ ଝଣ୍ଡୁବାମ୍

ଗ୍ରେଟ ଝଣ୍ଡୁବାମ୍

1 min
131



ଏସନ ଏପ୍ରିଲ ମାସଟା 

 ଅଗ୍ନିଶର୍ମା ରାଗରେ

ଦୁର୍ବାସା ମୁଦ୍ରାରେ

ସୂର୍ଯ୍ୟଙ୍କୁ ହାତରେ ରଖିଛି ବୋଧେ

ଅଗ୍ନିବର୍ଷାର ତାଣ୍ଡବ ମାଡ଼ରେ

ଜନ ଜୀବନ ଅସ୍ତବ୍ୟସ୍ତ ଅଂଶୁଘାତ ଡରରେ

ପାରଦ ଚାଳିଶି ଉପରେ ବାହାରେ 

ପୁଣି

ବୋର୍ଡ ପରୀକ୍ଷା ମାସଟା ସାରା

ପେଲି ଚାଲିଛି ତତଲା ଝାଞ୍ଜି ବେବାଗରେ ।


ସମୟର ଅଭିସାର ଏପ୍ରିଲ ମାସଟା

ସ୍ଵତନ୍ତ୍ର ପ୍ରଦେଶ ଗଠନର ଦାମ୍ଭିକତା

ମହାବିଷ୍ଣୁବ ସଂକ୍ରାନ୍ତିର ମାଙ୍ଗଳିକତା

ଓଡ଼ିଆ ନୂଆବର୍ଷର ପଣା ଆନ୍ତରିକତା

ହନୁମାନ ଜୟନ୍ତୀର ଜାତୀୟତା

ମା' ବାସନ୍ତୀ ଦୁର୍ଗାପୂଜାର ମାଦକତା

ଦଣ୍ଡନାଚର ନୈସର୍ଗିକ ଆଞ୍ଚଳିକତା

ସବୁ ଲାଗୁଛି ଫିକାଫିକା

 କଷା ପିତା ବିରସରେ।


ଝାଳର ହଳାହଳରେ ହନ୍ତସନ୍ତ ଲୋକେ

ବିନିଦ୍ର ରାଜନୀର ସାମିଆନା ତଳେ

 ବିଜୁଳିରାଣୀର ରାଗରୋଷ ଆବାହନୀ ମେଳେ

ହା ହତାସାର ଅବଶୋଷକୁ ମୁଣ୍ଡେଇ 

ରାତିଏ ଜିଇଁ ଯିବା 

ବହଳ ନିଜକୁ ତକିଆ ସଜେଇ

ବିଛଣାର ସାମର୍ଥ୍ୟ ବାହାରେ ।


ଅଣନିଃଶ୍ଵାସୀ ସ୍ଵପ୍ନମାନେ ହାଇ ମାରୁଥାନ୍ତି

ନିର୍ବାଣର ରାଣ ନିୟମରେ

ଇଚ୍ଛାମାନେ ଗୁମୁରି କାନ୍ଧନ୍ତି ସକପକ

ନିଶାର୍ଦ୍ଧରେ କଡ଼ ଲେଉଟାଇ

ମଲା ଜହ୍ନ ବି ମଳିଚିଆ ଦିଶେ

ମନ ପୋଖରୀରେ ତତଲା ପାଣିରେ ।


ମାସଟା ତମାମ୍ ନିଆଁ ଛିଡ଼ୁଛି ଯେମିତି

ପାଣି ଗରମ ପାଣିଟାଙ୍କି ବି ଗରମ

କଂକ୍ରିଟ ଜଙ୍ଗଲରେ ସିମେଣ୍ଚେ ଛାତ ତଳେ

ସିଝୁଛି ଜୀବଜଗତ ନାକେଦମ

ଧୂଳି ଧୂସରିତ ତରୁତୃଣ 

ଲକ୍ଷେ ପତ୍ରଙ୍କ ମର୍ମରଶ୍ୱନ

ତତଲା ତାତିରେ ଜଳି ଯାଉଛି କଅଁଳ କିଶଳୟ

ଏସି କୁଲର ପଙ୍ଖା ସବୁ ଫେଲ ଅଥୟ 

ପରିଚାପରେ ପରିତାପରେ ତ୍ରାହିମାମ୍

ଏପ୍ରିଲ ତମେ ଋତୁଚକ୍ରେ ଗ୍ରେଟ୍ ଝଣ୍ଡୁବାମ୍ ।



Rate this content
Log in