ଗ୍ରାମ ପରିକ୍ରମା
ଗ୍ରାମ ପରିକ୍ରମା
ପ୍ରାତଃକୁ ସଜେଇ ଦେଇଛି,
ଦେଖ ଗାଁର ବୋହୁଟି
ମୁଣ୍ଡରେ ସେ ଭରିଦେଇଛି,
ଦେଖ ସିନ୍ଦୂର ବିନ୍ଦୁଟି।
ମେଘର କଳା ରଙ୍ଗ ଆଣି,
ସିଏ କଜ୍ଜଳ କରିଛି
ଅସ୍ତସୁଯ୍ୟ୍ ରଙ୍ଗ ଆଣି ,
ସିଏ ସିନ୍ଥିକୁ ବାନ୍ଧିଛି।
ନୀଳ ରଙ୍ଗେ ଢାଙ୍କିଛି ଦେହ,
ଦେଇ ନାଲିଆ ଓଢ଼ଣୀ
ଲାଗୁଛି ସତେଯେ ଏମିତି ,
ସିଏ ଗାଁ ସାଆନ୍ତାଣୀ।
ଭାବ ପ୍ରୀତି ସ୍ନେହ ନେଇ,
ଆଜି ସକାଳ ଆସିଛି
ଅନ୍ଧାର ମଣିଷ ମନରେ,
ସିଏ ଆଲୋକ ଆଣିଛି ।
