ଗୋମାତା
ଗୋମାତା




ବିପଦେ ଦିଏ ସାହସ ବଳ
ସାଙ୍ଗରେ ଥିଲେ ଭାଇ
କ୍ଷୀର ପିଇବ ଅଭାବ ଯିବ
ଘରେ ପାଳିଲେ ଗାଈ ।
ଗାଈ ଗୋବର ଖତ ଜବର
ହସଇ ଆମ କ୍ଷେତ
ଗୋବର ବାଷ୍ପେ ଜଳଇ ଚୂଲି
ଲୋଡା ହୁଏନି କାଠ
ଗୋଳି ଗୋବର କେଡେ ସୁନ୍ଦର
ଦୁଆର ଲିପେ ଆଈ
ପାଳିବା ଆସ ଗାଈ ।
ଗାଈ ପାଳିଲେ ମିଳେ ଗୋବର
ମିଳଇ ପୁଣି କ୍ଷୀର
ବଳକା କ୍ଷୀର ବଜାରେ ବିକି
ହୁଅଇ ରୋଜଗାର
କ୍ଷୀରକୁ ଛେନା କରି ବିକିଲେ
ଲାଭତ ବେଶୀ ଭାଇ
ପାଳିବା ଆସ ଗାଈ ।
ଦେଶୀ ଗାଈରେ ଖଟଣି ବେଶି
ଅଳପ ଦିଏ କ୍ଷୀର
ଜାତୀୟା ଗାଈ ଗୋଟିଏ ଥିଲେ
ଅଭାବ ହୁଏ ଦୂର
ଘରେ ଉଛୁଳେ ବରଷ ସରା
ଦୁଧ,ଲହୁଣୀ ,ଦହି
ପାଳିବା ଆସ ଗାଈ ।
ମଲା ପରେବି ଗାଈ ଚମଡା
ଲାଗଇ କାମେ ଆମ
ସିଙ୍ଗରେ ତାର ମୂରତୀ ଗଢେ
ଶିଳ୍ପୀ କୁଟି କମ
ତା ଉପକାର ହୁଏନି ସୁଝି
ଗୋମାତା ତେଣୁ ସେହି
ପାଳିବା ଆସ ଗାଈ ।