ଗୋବର୍ଦ୍ଦନ ପୂଜା
ଗୋବର୍ଦ୍ଦନ ପୂଜା
ଆସ ପୁଜିବା ଗୋବର୍ଦ୍ଦନ ଗିରି ଧାରିଙ୍କୁ
ଜପ କରିବା ଗାଇ କୃଷ୍ଣ ନାମ କୁ
ଜୟ ହେ ଗିରି ଧରି ,ମୋହନ ମୁରାରୀ ।
ସାତ ବର୍ଷ ବୟସ ରେ ଗିରି କୁ ଧରି
ରକ୍ଷା କରିଥିଲା ଗୋପ ନର ନାରୀ
ସାତ ଦିନ ଆଙ୍ଗୁଳି ରେ ଧରି ରଖିଲା
ଇନ୍ଦ୍ର ଦେବ ଙ୍କ ଦମ୍ଭ ଭାଙ୍ଗି ଥିଲା ।
ଆସ ଅର୍ପଣ କରିବା ଛପନ ଭୋଗକୁ
ଭାବଗ୍ରାହୀ ନିଜେ ନେବେ ଦେଖି ଆମ ଭାବ କୁ
ଜୟ ହେ ଗିରି ଧାରି ଗୋବିନ୍ଦ ମୁରାରୀ ।
ଯେବେ ଗୋପ ପୁରେ ବିପତ୍ତି ଆସିବ
ଆମ କହେଁଇ ଦୁଃଖ ହରି ନେବ
ବୃନ୍ଦାବନ ର ପ୍ରାଣ ଜୀବନ
ସବୁରି ଭରସା ନନ୍ଦ ନନ୍ଦନ
ଆସ ଦେଖିବା ମନ ଲୋଭା ରୂପ କୁ
ଶ୍ୟାମ ସୁନ୍ଦର ଙ୍କୁ ଗିରି ଧର ଙ୍କୁ
ଜୟ ହେ ଗିରି ଧରି ମୋହନ ମୁରାରି ।
