STORYMIRROR

Pramit Mohapatra

Tragedy

3  

Pramit Mohapatra

Tragedy

ଗଣପତି ବାପ୍ପା

ଗଣପତି ବାପ୍ପା

1 min
13.9K


ହେ ଅଗ୍ର ଦେବ, ଅନ୍ତରରୁ କହେ

ଘେନ ମୋ' ପ୍ରଣତି ବାରେ,

ଆସୁଛି ଚଉଠି ସ୍ବର୍ଗୁ ଅବତରି

ବିଜେ କର ଆମ ପୁରେ।

ନୋହୁ ଆମେ ଦେବ, ଛାର ଯେ ମାନବ

କର କ୍ଷମା ସର୍ବ ଦୋଷ,

ମାନବ କୃତ ଏ' ତୁମ ରୂପ ଦେଖି

ତେଜ ପ୍ରଭୁ ରାଗ, ରୋଷ।

କେ ବସାଏ ପ୍ରଭୁ, ବୁଲେଟ ଗାଡ଼ିରେ

କିଏ ପିନ୍ଧାଏ ଚଷମା,

କିଏ ବା ଖେଳାଏ କ୍ରିକେଟ ତୁମକୁ

ସବୁ ମାନବ ମହିମା।

ପାର୍କରେ ତୁମେ ପିନ୍ଧି ଜିନ୍ ପ୍ୟାଣ୍ଟ୍

'ହାଏ' ପୋଜରେ ହେ ଠିଆ,

ବରଫ ଚଟାଣେ ହୋଇ ଥାଅ ଗଡ଼ି

ଦୂରେ ଜଳୁଥାଏ ନିଆଁ।

ସର୍ବ ଦେବ ମଧ୍ୟେ ପ୍ରିୟ ଅଗ୍ରଦେବ

ଭିନ୍ନ ରୂପେ ପୂଜା ପାଅ,

ନୁହେଁ ମନୁଷ୍ୟର ଉଦ୍ଧତ ପଣିଆ

ଅନ୍ତରର ଏ' ଯେ ସ୍ନେହ।


ମୁନ୍ନା ମହାପାତ୍ର, ଗୁଣପୁର,

ରାୟଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy