Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Abstract Others

3  

ତାରାପ୍ରସାଦ ଜେନା

Abstract Others

ଘରକୁ ଆସିବୁ ବୋଲି

ଘରକୁ ଆସିବୁ ବୋଲି

1 min
192



ମିଠା ବରକୋଳି ଜଟେଇ ଦେଇ ତୁ

ଖଟାକୁ ଚଖେଇଦେଲୁ,

ମୁରୁକି ହସାରେ ବେଜାଏ ଖୁସିରେ

ଭିତର ଖଞ୍ଜାକୁ ଗଲୁ !


ଆମ୍ବଡ଼ା ଧରିକି ହରିଡ଼ା ବୋଲୁଚୁ

ସିଆଣୀ ଏକା ତୁ ଭାରି,

ତରଡ଼ା ଦେଖେଇ ଜହ୍ନିକୁ ଚିହ୍ନେଇ

ଭାବୁଚୁ ଭୁତିଆ ଶିରୀ !


ତବତ ପାଣିକୁ ତୋ ହାତ ଯାଉନି

ଭାତକୁ ଦେଖୁଚି କହୁ,

ପାଣିଆ ଗୁଡ଼କୁ ଜିଭରେ ମାରିକି

ବୋଲୁଚୁ ଚାଟୁଚି ମହୁ !


ଅଳପ ରାଗରେ ଆଖିକୁ ଜକାଉ

କହୁଚୁ ପଡ଼ିଲା ପୋକ,

ଆଖିକୁ ଫୁଙ୍କିଲେ ପୋକକି ବାହାରେ

ଗାଲକୁ ଚାହୁଁଚୁ ବୋକ !


ରୁଷିଲେ ଏମିତି ଗୋଡ଼କୁ ଛାଟୁଚୁ

ପାଉଁଜି ଛିଟିକି ପଡ଼େ,

ଡାଆଣୀ ଗୁଣିଆ ତତେଲୋ ଜଣାଟି

ମରମ କଥାକୁ ଯୋଡ଼େ !


ଦୁନିଆଯାକର କଥାକୁ ବଖାଣୁ

ଭଲେଇ ହେଉଚୁ ବେଶି,

ଆଉ କା'କଥାକୁ ପାଖରେ ପାଇଲେ

ମିଛରେ କରୁଚୁ ଦୋଷୀ !


ଦୁଆର ଫାଙ୍କରେ କଣେଇ ଚାହୁଁଚୁ

ପାରୁନୁ ସହଜେ ଭୁଲି,

ସକେଇ ହଉଚୁ କାନିକୁ ପକେଇ

ଘରକୁ ଆସିବୁ ବୋଲି !




Rate this content
Log in

Similar oriya poem from Abstract