STORYMIRROR

Lalit kumar Swain

Comedy Fantasy Inspirational

3  

Lalit kumar Swain

Comedy Fantasy Inspirational

ଘର ବାହୁଡା

ଘର ବାହୁଡା

1 min
243


ଘର ବହୁଡାର ଅନୁଭୂତି ସ୍ମରଣୀୟ

ସମୟ ହୋଇଲେ କାର୍ଯ୍ୟସ୍ଥଳୀ ବିପର୍ଯ୍ୟୟ


ପାଭଲଭଙ୍କ ଉଦ୍ଦୀପନା ସିଦ୍ଧାନ୍ତ ସାର

ଅଳ୍ପ ବିଳମ୍ବ ବି ଦିଏ ଯନ୍ତ୍ରଣା ଅପାର।


ଖଟିରେ ବିତାଇବା ସିନା ହୋଇବ ସାର

କାର୍ଯ୍ୟସ୍ଥଳୀ ପରିତ୍ୟାଗ ପାଇଁ ଆଗଭର।


ଘରେ ସେଇ ପୁରୁଣା କାନ୍ଥର ଭଙ୍ଗା ଘଣ୍ଟା

ତଥାପି ଆକର୍ଷଣେରେ ଟାଣେ ଘଣ୍ଟା କଣ୍ଟା।


ବିବାହିତ, ଗୃହିଣୀଙ୍କ ମନ ଅସମ୍ଭାଳ

ଘର ଲେଉଟାଣି ପାଇଁ ହୋଇଗଲେ ବେଳ।


ସମୟ ଦିଗୁଣ ଲାଗୁ ପାଇବାକୁ ଘରେ

ହେଲେ ଛାଡି ଫେରିଯିବୁ କାର୍ୟ୍ଯ ଅର୍ଦ୍ଧେକରେ।


ପଳାୟନ ପନ୍ଥୀ ମନ ଘାଣ୍ଟି ହୁଏ ଭାରି

କାର୍ଯ୍ୟସୀମା ଅଧା ହୋଇଗଲେ ପାରି।


କର୍ତ୍ତବ୍ୟ ପଛରେ ଥାଉ ଘର ମୋହ ଆଗ

ସେଥିରେ ବିଳମ୍ବ ହେଲେ ଖଟା ହୁଏ ପାଗ।


ଦିନର ଥକ୍କା ମେଣ୍ଟାଇ ଅଳ୍ପ ଶାନ୍ତି ପ୍ରାପ୍ତି

ଗୃହ ଠାରୁ ପ୍ରିୟ ସ୍ଥାନ ଆଉ ନାହିଁ କିଛି।


ଘର ବାହୁଡିବା ଆଶା ଆଗ ଘେନି ମନେ

ନିତି କାର୍ୟ୍ଯ ପାଇଁ ଆଶା ଉପୁଜାଇ ପ୍ରଣେ।


ସେ ଘରକୁ ବହୁଡ଼ିବା ସୃଷ୍ଟିର ନିୟମ

କାର୍ଯ୍ୟ ଫଳ ଅନୁଯାୟୀ ହୋଇବ ବିଶ୍ରାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy