STORYMIRROR

Prashanta Kumar Sahu

Inspirational

3  

Prashanta Kumar Sahu

Inspirational

ଘେନ ମୋ ପ୍ରଣାମ

ଘେନ ମୋ ପ୍ରଣାମ

1 min
37

ଜୀବନର ଘଡିସନ୍ଧି ମୁହୁର୍ତ୍ତରେ

ସ୍ମିତହାସ୍ୟ ପୂର୍ଣ ମୁଖ

ନିରାଶାର ମରୁ ବାଲିରେ

ସଂଘର୍ଷ ପୂର୍ଣ କ୍ଷୀଣ ଆଲୋକ ଶିଖା

ତ୍ୟାଗ ଆଉ ବଳିଦାନ କ୍ଷେତ୍ରରେ

ବିନମ୍ରତା ପୂର୍ଣ ଭାବ

ନିସ୍ୱାର୍ଥ ଆଉ ନିଷ୍ପାପ ଭଲ ପାଇବାରେ

ଆନ୍ତରିକତା ପୂର୍ଣ ହୃଦୟ

କର୍ମ ଆଉ ଧର୍ମର ଜଞ୍ଜାଳ ଭିତରେ

ସଂଯମତା ପୂର୍ଣ ଭାରସାମ୍ୟ 

ସେବା ଓ ସମର୍ପଣ କାର୍ଯ୍ୟରେ

ଆତ୍ମିୟତା ପୂର୍ଣ ମନୋଭାବ

ଦୁଃଖ ସୁଖର ମୋହ ମାୟାରେ

ମମତା ପୂର୍ଣ ଚିରସ୍ଥାୟୀ ସ୍ନେହ

ମାଆ 

ତୁମର ମହିମା ବର୍ଣନା ପାଇଁ

ଏ ଅଧମ

ଆଜି ଶବ୍ଦ ଶୂନ୍ୟ

ମାଆ

ଘେନ ମୋ ପ୍ରଣାମ 

ଘେନ ମୋ ପ୍ରଣାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational