ଗେଣ୍ଡୁମାଳି
ଗେଣ୍ଡୁମାଳି
କାନ୍ଧରେ ନାଲିଆ
ଗାମୁଛା ପକେଇ
ହରିଆ ପୁରିଆ
କାଳିଆ ବନା
ପଞ୍ଚାୟତ ଅଫିସ୍
ପିଣ୍ଡାରେ ଭିଡ଼ ନାହିଁ
ପାର୍ଟୀ ପତାକା
ବ୍ୟାନର କନା ।
ଶୁଭୁନି ଆଉ
ଡାକବାଜି ଯନ୍ତ୍ରର
ଘନ ଘନ ତୂର୍ଯ୍ୟନାଦ
ପ୍ରଚାର ସ୍ଵର
ଗାଁ ଦାଣ୍ଡରେ
ଗଡୁନି ବୁଲେଟ୍ ଗାଡି
ଫଟ୍ ଫାଟ୍
ପେଁ ପାଁ
କେଁ କଟର ଘର୍ଘର ।
ହୁଣ୍ଡା ଧୁଣ୍ଡା ଗୁଣ୍ଡା
ସାଥିରେ ଛୋଟI ମୋଟା
ତୁଣ୍ଡି ଖୋଲି
କରୁଥିଲେ ଠିଆ ପାଲା
ରାଣ୍ଡି ଖାଣ୍ଡି ଚଣ୍ଡି ଭଦଣ୍ଡୀ
ପିନ୍ଧି ପାଟ ଖଣ୍ଡି
କାକୁତି ମୀନତି
ନମସ୍ତେ ସମସ୍ତେ
ଠେଲା ମେଲା ଝାମେଲା ।
ଲାଗୁଥିଲା ନିର୍ବାଚନ
ତାତିରେ କିମିଆଁ ଅଛି
ମୂକ ବଧିର ବି ବିକୁଥିଲେ
ଜିନ୍ଦାବାଦ୍ ନାରା
ଛୋଟI କେମ୍ପା ଅକାର୍ଜିମାନେ
ମଦ ଟୋପାଏ ପାଇ
ପଙ୍ଗୁ ଅଥର୍ବ ଲଙ୍ଘୁଥିଲେ
ସୀମାରେଖା ପରା ।
କେବିନ୍ ତଳ
କ୍ଳବ୍ ଘର
ପାନ ଦୋକାନ ପଛେ
ଖାସି କୁକୁଡ଼ା
କଣ୍ଟା ମାଳ ମାଳ
ଭଙ୍ଗା ମଦ ବୋତଲ
ପଡିଛନ୍ତି ମୁଁହ ମାଡି
ବୋଧେ ପାଞ୍ଚବର୍ଷ
ସରିଲା ଯୁଦ୍ଧଖେଳ ।
ଫଳ।ଫଳ
ଘୋଷଣା ସରିନି
ଫେରିବା ପ୍ରସ୍ତୁତି
ବସ୍ତା ବ୍ୟାଗ୍
ସଜଡ଼ା ଚାଲିଛି ପିଣ୍ଡେ
ଦାଦନକୁ ଫେରିଯିବେ
ବଂଶର ପ୍ରଦୀପ
ପାଞ୍ଚ ଶହରେ
ବିକ୍ରି ଭୋଟ୍ ଖଣ୍ଡେ ।
ନାଟକର ଶେଷ ଦୃଶ୍ୟ
ପରି ଲାଗୁଥିଲା
ଜିତିବା ରେ ଭାଇ
ଜିତିବା ପାଳି
ଗଣତନ୍ତ୍ର କାନ୍ଦୁଥିଲା
ଗୁମୁରି ଗୁମୁରି
ପ୍ରତିଧ୍ଵନି ପରିହାସ
କୋଳାକୋଳି କରତାଳି
ବେକେ ଗେଣ୍ଡୁମାଳି ।
