STORYMIRROR

Kanista Kishore Sahu

Inspirational

2  

Kanista Kishore Sahu

Inspirational

ଗଛ

ଗଛ

1 min
12.9K


ଛୋଟ ମଞ୍ଜିଠାରୁ ହୋଇଥାଏ ଚାରା

ଚାରାରୁ ବିଶାଳ ଗଛ,

ଫୁଲ ଫଳ ବର୍ଷା ଔଷଧ ଦେଇକି

ବାୟୁ କରିଥାଏ ସ୍ୱଚ୍ଛ ।

ତା’ ଡାଳେ କୋରଡେ଼ ନିଅନ୍ତି ଆଶ୍ରୟ

କେତେ ପକ୍ଷୀ ସରୀସୃପ,

ଫୁଲ ଫଳ ମଧ୍ୟେ ଘୂରି ବୁଲୁଥାନ୍ତି

ଶୁଆ ଗୁଣ୍ଡୁଚି ମଧୁପ ।

ମରିବା ପୂର୍ବରୁ ଉପକାର ସତ୍ତ୍ୱେ

ହୁଏ ନିର୍ଦ୍ଦୟରେ ହଣା,

ପରିବେଶ ଜାଣି ବିଗାଡୁଛି ନର

ହୋଇ ସ୍ୱାର୍ଥୀ- ବାଟବଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kanista Kishore Sahu

Similar oriya poem from Inspirational