STORYMIRROR

Kanista Kishore Sahu

Inspirational

2  

Kanista Kishore Sahu

Inspirational

ଫଗୁଣ

ଫଗୁଣ

1 min
13.7K


ମାଘ ମାସ ପରେ ଆସଇ ଫଗୁଣ

ଗଛରୁ ପତର ଝାଡ଼ି,

ଖରା ଆପେ ଆପେ ବଢ଼ି ବଢ଼ି ଯାଇ

ଶୀତ ଯାଇଥାଏ ଛାଡ଼ି ।

ଗଛ ବୁଦା କୋଳେ ଶୋଭା ପାଉଥାଏ

ନାଲି ନୀଳ କିଶଳୟ,

ସୁମନ ସୁରଭି ଦିଗ ଚହଟାଇ

ପ୍ରକୃତିର ଗାଏ ଜୟ ।

ବଣ ବୁଦା ଡାଳେ ଗୁପତେ କୋଇଲି

ଡାକିଥାଏ କୁହୁତାନେ,

ସୋରିଷ ଫୁଲର ଲହଡ଼ି ମଧ୍ୟରେ

ଭାସେ କୃଷକ ସପନେ ।

ବାଡ଼ିପଟେ ପାଟେ ମିଠା ବରକୋଳି

ବଣ ମଧ୍ୟେ କଣ୍ଟିକୋଳି,

ବଣ ମୂଲକରେ ପାଚି କେତେ ମିଠା

କେନ୍ଦୁ ଖାଉଥିଲେ ତୋଳି ।

ଶିବରାତ୍ରୀ ସହ ପୂଣ୍ୟ ଦୋଳଯାତ୍ରା

ଆସିଥାଏ ଏହି ମାସେ,

ଋତୁଚକ୍ର ମଧ୍ୟେ ଶ୍ରେଷ୍ଠ ବସନ୍ତର

ବାର୍ତ୍ତାକୁ ଫଗୁଣ ଭାଷେ ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational