STORYMIRROR

Kanista Kishore Sahu

Inspirational

3  

Kanista Kishore Sahu

Inspirational

ଜୟ ପରାଜୟ

ଜୟ ପରାଜୟ

1 min
13.4K


ପରାଜୟ

ଜୀବନ ଖେଳରେ ଲଭିବ ବିଜୟ

ଅବା ପରାଜୟ ଶେଷେ,

ଜୟ ପରାଜୟ ସମଭାବାପନ୍ନ

ତ୍ୟାଗ କଲେ ଅଭିଳାଷେ ।

ବିଜୟେ ବିଭୋର ପରାଜୟେ ହେବ

ଉଚିତ୍ ନୁହେଁ ଅଧୀର,

ଆଜିଅଛି ଯାହା ଥିଲା ତ କାହାର

କାଲିକି ହେବ ଅନ୍ୟର ।

ଚଣ୍ଡାଶୋକ ଦିନେ ହେଲେ ଧର୍ମାଶୋକ

ବିଜୟ ଲଭି ଉତ୍କଳେ,

ଜୟଲାଭ କରି ପରାଜିତ ହେଲେ

ରକ୍ତ ରଞ୍ଜିତ ଅନଳେ ।

ଜୟକୁ ପରାସ୍ତ କରିବା ସହଜ

ବିଜୟ ଦିବା ସପନେ,

ପରାଜୟ ମଧ୍ୟେ ଶାୟିତ ବିଜୟ

ପ୍ରାପ୍ତି ତା’ ଅନୁଧାବନେ ।


Rate this content
Log in

Similar oriya poem from Inspirational