STORYMIRROR

Sonli Muduli

Inspirational Others Children

3  

Sonli Muduli

Inspirational Others Children

ଗଛ ଟିଏ

ଗଛ ଟିଏ

1 min
334

ଗଛ ଟିଏ ମୁଁ ଗଛଟିଏ 

ତୁମରି ଘର ର ପିଲାଟିଏ।


ଭଲ କରି ମୋର ଜତନ ନେବ

ପୋଡା ପାଣି ଦେଇ ବଢାଉ ଥିବ ।


ବଡ ହେଲେ ତୁମ ଋଣ ସୁଜିଦେବି 

ରଖିବ ମୋ ଛୋଟ କଥାଟିଏ I


ଗଛ ଟିଏ ମୁଁ ଗଛ ଟିଏ 

ତୁମରି ଘର ର ପିଲାଟିଏ ।


ସେବା ଜତନରେ ପାଳିଲେ ମତେ

ଫୁଲ ଫଳ ଦେବି ତୁମରି ହାତେ ।


ଖରା ବରଷା କୁ ଡରିବି ନାହିଁ

ଛାତ ପରି ଦେବି ତୁମକୁ ଛାଇ ।


ଗଛ ଟିଏ ମୁଁ ଗଛ ଟିଏ 

ଗଛ ଟିଏ ମୁଁ ଗଛ ଟିଏ ।


ଅଙ୍ଗାରକାମ୍ଳ ର ବିଷ ପିଇବି 

ଅମ୍ଳଜାନ ମଧୂ ପରଷି ଦେବି।


ଯୁଗଯୁଗ ଧରି କରୁଥିବି ସେବା

ତୁମ ଓଠେ ହେବି ହସଟିଏ ।


ଗଛ ଟିଏ ମୁଁ ଗଛ ଟିଏ 

ଗଛ ଟିଏ ମୁଁ ଗଛ ଟିଏ  ।


ତୁମରି ଘର ର ପିଲାଟିଏ 

ଗଛ ଟିଏ ମୁଁ ଗଛ ଟିଏ ।


Rate this content
Log in

Similar oriya poem from Inspirational