STORYMIRROR

Sonli Muduli

Others

3  

Sonli Muduli

Others

କରୋନା ମହାମାରୀ

କରୋନା ମହାମାରୀ

1 min
324

ଏମିତି ସମୟ ମଣିଷ ଦେଖୁଛି 

ମରଣ ଯେମିତି ଦୂରରେ ଜଗିଛି ।


କରୋନା ନାମକ ଭୂତାଣୁ ବୁଲୁଛି 

ବିଦେଶୁ ଆଶିକି ଉତ୍ପାତ କରୁଛି ।


ମଣିଷ ଦେଖିଲେ ଛାନିଆ ଲାଗୁଛି 

ସଭିଙ୍କ ମୁହଁରେ ମୁଖା ତ ଲାଗିଛି ।

 

ଛ' ଫୁଟ ଦୂରରୁ କଥା ତ ହେଉଛୁ

ନାକ କୁ ଆଖିକୁ ଛୁଇଁ ନ ପାରୁଛୁ ।


ସେନେହ ମମତା ହଜେଇ ଦେଇଛୁ 

ନିଜର ବନ୍ଧୁ ଠୁ ଦୂରେଇ ଯାଇଛୁ ।


ବେଳକୁ ବେଳକୁ ଦୁଃଖ ତ ବଢୁଛି 

କରୋନା ଆକ୍ରାନ୍ତେ ଜଗତ କାନ୍ଦୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍