ଏଟିଏମ୍ ଝଟକା
ଏଟିଏମ୍ ଝଟକା
ଟଙ୍କାର ଥିଲା ଭାରି ଜରୁରୀ
(ଯଦିଓ ଟଙ୍କା ସବୁବେଳେ ଦରକାରୀ)
ଆଜି ପାଇଁ ଥିଲା କିନ୍ତୁ
ଜରୁରୀ ଭିତରେ ଅତି ଜରୁରୀ
କାହିଁକି ନା ଔଷଧ କିଣିବାର ଥିଲା
ସିରିଆସ୍ ପେସେଣ୍ଟ୍ ପାଇଁ
ରୋଗୀର ଔଷଧ ହିଁ ଜୀବନ
ଅବହେଳା କଲେ ଗୋଟେ ମିନିଟ୍
କଣ ନାଇଁ କଣ ଘଟି ଯାଇ ପାରେ
ସୁତରାଂ ତରତର ଗଲି ଏଟିଏମ୍
ତାର ନିୟମରେ ସବୁ ସୂଚ଼ନା
ପୂରଣ କଲି ସଙ୍ଗେ ସଙ୍ଗେ ସେଠାରେ
ମାତ୍ର ଟଙ୍କା ବାହାରିଲା ନାହିଁ
ମେସେଜ୍ ଆସିଗଲା ଡେବିଟେଡ୍
ଲେଖା ଆସିଲା ସ୍କ୍ରନ୍ ରେ
"ଦୁଃଖିତ ସାମୟିକ ତ୍ରୁଟି ଜନିତ"
ତଥା ଭଏସ୍ ମେସେଜ୍ ମଧ୍ୟ
କହିଲା ସେ କଥା ଶାନ୍ତ ସ୍ବରରେ
' କଣ କରିବି ' ଜପିଲି ପଞ୍ଚାକ୍ଷର ମନ୍ତ୍ର
ଆଉ ତ ଟଙ୍କାର ନାହିଁ ବ୍ୟାଲେନସ୍
ମିନିମାମ୍ ଅଛି ଏକାଉଣ୍ଟ୍ ରେ
ମୁଣ୍ଡ ଘୁରିଲା ମୋର
କେଉଁଠୁ ଆଣିବି ଟଙ୍କା ଏତେ ସହସା
ହେଲି ଭାରି ବ୍ୟସ୍ତ ବିବ୍ରତ
ଥିଲେ ଜଣେ ଭାଇ ସେଠାରେ
କହିଲେ ବ୍ୟସ୍ତ ହୁଅନ୍ତି ନାହିଁ ସାର୍
ଟଙ୍କା ଫେରି ଆସିବ ୨୪ ଘଣ୍ଟା ଭିତରେ
ସେ କଥା ତ ମୁଁ ଜାଣେ
ତଥାପି ଆଜି ପାଇଁ ଧୈର୍ଯ୍ୟ ନାହିଁ
ସେ ଚବିଶ ଘଣ୍ଟାକୁ
ଫୋନ୍ କଲି ଜଣେ ଦି ଜଣକୁ
ହଁ ନାହିଁର ଦ୍ବନ୍ଦରେ ରହି
କେମିତି ଟଙ୍କା ପାଇବି ତୁରନ୍ତ
ପଜେଟିଭ୍ କିଛି
ଭରସା ଆସିବା ଆଗରୁ
ଘଣ୍ଟାକ ଭିତରେ ଆସିଗଲା
ଟଙ୍କା ରି-ଡିପୋଜିଟ୍ ର ମେସେଜ୍
ଆଶ୍ବସ୍ତି କରି ପ୍ରକାଶ ହେଲି ଶାନ୍ତ
ଆଉ ଏକ ଏଟିଏମ୍ କୁ ଯାଇ
ବାହାର କଲି ଟଙ୍କା ସେତିକି
ନ କରି କାଳ ବିଳମ୍ବ
ଔଷଧ କିଣି ନେଲା ପରେ ପରେ
ଅବସର ବେଳେ ଘରେ
ଏ ଏଟିଏମ୍ ଦେଲା ଯେଉଁ ଝଟକା
ତାର ଲେଖି ଦେଲି କବିତାଟିଏ ତଟକା
ଏମିତି ବି ହୁଏ ଆଧୁନିକ ଯନ୍ତ୍ର
କାମ କରେନା ମନ୍ତ୍ର
ସୁବିଧା ଯେତେ ଅସୁବିଧା ସେତେ
ବସି ଭାବୁଥିଲି ଏକା ଏକା।
