Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Fantasy

3  

Mamatamanjari Das

Fantasy

ଏମିତି ବି ହୁଏ

ଏମିତି ବି ହୁଏ

1 min
266



ବେଳେ ବେଳେ ଏମିତି ବି ହୁଏ


ଅପେକ୍ଷା ର ଅଗଣା ରେ ଫୁଟିଯାଏ


କିଛି କବିତା ର ଫୁଲ


ଆନମନା ଅନୁଢା ଅନ୍ତରେ


ଅୟୁତ ସ୍ୱପ୍ନରେ ଗୁନ୍ଥି ପେନ୍ଥା ପେନ୍ଥା


ସଜାଇ ଦିଏ ମୋର ସେହି


ଡାଏରୀ ର ଚାରିକାନ୍ଥ ଭିତରେ ।


ଏମିତି ବି ହୁଏ ବେଳେ ବେଳେ


ବୃଥା ହୋଇଯାଏ ଶେଫାଳୀର


ଅତର ଭିଜା ଜହ୍ନ ରାତି


ଆଉ ଗୋଧୂଳି ର ସ୍ୱର୍ଣ୍ଣିମ ଆକାଶ


ସବୁ ଲାଗେ ଫିକା ଫିକା


କବିତା ଲେଖିବା ନିଶାରେ


ବ୍ୟର୍ଥ ହୁଏ ରାତ୍ରି ଉଜାଗର


ମନରେ ପଶଇ ଅଜଣା ଛନକା ।


କିନ୍ତୁ କିଛି ନଥାଇବି


ବେଳେ ବେଳେ ନୀଳ ଆକାଶ ବୁକୁରେ


ଚାଲିଆସେ ଫର୍ଦ ଫର୍ଦ କବିତା ଫୁଆର


ପରସ୍ତ ପରସ୍ତ ଅତୀତର ସ୍ମୃତି


ମନଟାକୁ କ ରେ ଆନମନା


ଆଉ ମୋ ଲେଖନୀରୁ ଝରିଯାଏ


ଗୋଟିଏ ପରେ ଗୋଟିଏ କବିତା ଜୁଆର ।


ମୋ ଅନେଶ୍ୱଣ ର ଜାଲରେ


କେବେ ଶଦ୍ଦ ଧରାପଡେ


ପୁଣି କେବେ ଶଦ୍ଦକୁ ସଜାଇଲା ବେଳେ


ଅଣାୟତ ହୋଇ ମୋର ଭାବନା ଦଉଡେ


ଏମିତି ଛକା ପଞ୍ଜାର ଦଉଡ ଭିତରେ


ମୁଁ ମୋ କବିତା ପଛରେ ଦଉଡେ ।




Rate this content
Log in

Similar oriya poem from Fantasy