STORYMIRROR

Raja Sekhar CH V

Abstract

2  

Raja Sekhar CH V

Abstract

ଏକଛତ୍ର ଶାସକ

ଏକଛତ୍ର ଶାସକ

1 min
192


ବଢ଼ୁଅଛି ଯେ ସଂସାରରେ ଆତତାୟୀର ଦୁଷ୍ଟ ଶକ୍ତି,

ପ୍ରବଞ୍ଚନା ପୀଡ଼ନ ପାଉଛି ପ୍ରତ୍ୟେକ ନିରୀହ ବ୍ୟକ୍ତି,

ଅସହ୍ୟ ହେଲାଣି ଏକଛତ୍ର ଶାସକର ଯୁକ୍ତି ନିଯୁକ୍ତି,

ଅତିଶୀଘ୍ର ସମ୍ପ୍ରାପ୍ତି ହେଉ ଅସୁର ଅପରାଧୀରୁ ମୁକ୍ତି

ଶେଷ ହେଲାଣି ଦେଶ ପ୍ରଦେଶରେ ସଦାଚାର,

ଭ୍ରଷ୍ଟ ଅନୁଚରବୃନ୍ଦ କରୁଛନ୍ତି କେବଳ ଅନାଚାର,

ସ୍ୱାଭାବିକ ହୋଇ ଗଲାଣି ସମାଜରେ ଭ୍ରଷ୍ଟାଚାର,

ଅଜଣା ଯେ କେବେ କେମିତି ସରିବ ଅତ୍ୟାଚାର


ଦିନକୁଦିନ ବୃଦ୍ଧି ପାଇଲାଣି ଧ୍ୱଂସକାରୀର ହୁଙ୍କାର,

ବିନାଶ ତାଣ୍ଡବ ସୃଷ୍ଟି କରୁଛି ଅଦରକାରୀ ଅହଙ୍କାର,

ମଦାନ୍ଧରେ କରିଲେଣି ସତ୍ୟ ଧର୍ମ ଉପରେ ପ୍ରହାର,    

ସନ୍ଦେହାତୀତ ହେବ ସ୍ୱେଚ୍ଛାଚାରୀଙ୍କର ଉପସଂହାର


ଦୁର୍ଜନ ନଷ୍ଟ କରିଲେଣି ଲୋକତନ୍ତ୍ରିକ ମୂଲ୍ୟବୋଧ,

ଲୋକକଲ୍ୟାଣ କାର୍ଯ୍ୟରେ କରିଲେଣି ଅବରୋଧ,

ଦୁଃସାଧ୍ୟ ହୋଇଛି କରିବାକୁ ବିରୋଧ ପ୍ରତିରୋଧ,

ସମାଧାନ ହେତୁ ଚକାନୟନଙ୍କୁ କରୁଛୁ ଅନୁରୋଧ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract