STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଏକାକୀତ୍ୱ

ଏକାକୀତ୍ୱ

1 min
282

ନଈ ଯେଉଁ ଜାଗା ରେ ସମୁଦ୍ର ସହିତ ମିଶିବ

ସେଇଠି ମୁଁ

ଅନେକ ସ୍ୱପ୍ନ ର ବୋଝ ତ ବୋଝେଇଚି

କେତେ କାଳୁ

ନୂଆ ଝିଅ ପରି ଜନ୍ମ ନେବକି

ମୋ ଭିତରୁ

ଆଶା ଓ ବିଶ୍ୱାସ ର ଆଶ୍ୱାସନା ଟିଏ

ଜୀବନ ର ଶେଷ ହୀନ ପଥ ରେ

ହଠାତ଼ ଯଦି ମିଳି ଯାଏ

ସ୍ୱୀକୃତି ର ସ୍ୱର

ତାକୁ ହିଁ ପାଥେୟ କରି

ଚାଲିବି କି ମୁଁ

ମନା ନାଇଁ

ବାଟୋଇ କୁ ଗଛ ଛାଇ

ପ୍ରେମିକା କୁ ପ୍ରେମ ଚିଠି

ଏକାକୀତ୍ୱ ଭିତରେ ବିତୁଚି ଆୟୂଷ

ଯଦି କେବେ ଦେଖା ହେଇ ଯାଏ

ଗୃହୀତ ର ସ୍ୱର ସହ

କ'ଣ କଥା ହେବି ତା'ସଂଗେ

କ'ଣ ମାଗିବି

କ'ଣ ଦେବି

ନିଃସ୍ୱତା ର ହୁତ଼ ହୁତ଼ ନିଆଁ ଓ

ଏକାକୀତ୍ୱ ର ହିମ ମଝିରେ ମୁଁ

ଦେଖିବ ଯଦି ଆସ

ମୋ ଖୋଲା ପାପୁଲି ର

ଅଣଚାଶ ଫୁଲ


Rate this content
Log in

Similar oriya poem from Abstract