ଏଇତ ଜୀବନ
ଏଇତ ଜୀବନ
ଜୀବନର ସ୍ରୋତ ନଇଁ ନାଳ ପରି
ଅଙ୍କା ବଙ୍କା ତାର ପଥ
ଚାଲିବାକୁ ତ ପଡିବ
ସହଯାତ୍ରୀ ହୋଇ ଭାରିଜା,
ଚଳା ପଥ ଦେଖାଇବ ।
ଶଗଡ ଗାଡିର ଦୁଇ ଚକ
ସିଏ ହିଁ ତ ସ୍ତ୍ରୀ ପୁରୁଷ
ଦୁହେଁ ଦୁହିଁଙ୍କ ପରି ପୁରକ
ଆଗକୁ ଆଗକୁ ବଢିବ
ନିଶ୍ଚେ ଆୟତ୍ତ କରିବ ।
ଚାଲିବାକୁ ହେବ ବହୁ ଦୂର
ଆଗ ପଛକୁ ମାପି ଦେଖିବ
ତୁମକୁ ସାଥିରେ ନେଇ
ଚାଲୁଚାଲୂ କେବେ ଥକିବନି
ଅଧା ବାଟେ ଛାଡିଦେଇ ।
ମୋ ମନ ମନ୍ଦିରେ ଆସିଛ
ହୃଦୟରେ ସ୍ଥାନ ପାଇଛ
ସୁଖେ ଦୁଃଖେ ନ ଘୁଞ୍ଚିବ
ଦୁନିଆଁରେ ଦିନେ ନିଶ୍ଚୟ
ତୁମେ ହିଁ ସମ୍ମାନ ପାଇବ ।
ଅନ୍ଧାର ପଥ ଆଳୋକି ହେବ
ନିଜେ ହିଁ ଖୋଜି ପାଇବ
ପ୍ରକୃତ ସାଥିର ପରିଚୟ ଦେଇ
ନିଜକୁ ନିଜେ ଧନ୍ୟ ମଣିବ
ସୁଖ ଶାନ୍ତି ହିଁ ପାଇବ ।
ଚଳା ପଥର ସଂପୂର୍ଣ୍ଣ କାହାଣୀ
ସଭିଙ୍କୁ ପଥ ଦେଖାଇବ
ସମାଜ ମଧ୍ୟେ ଘର କରିଥିଲେ
ସବୁ ସହି ବାକୁ ପଡିବ
ସୁସ୍ଥ ସବଳ ହିଁ ରହିବ ।
ଚାଲୁ ଚାଲୁ ଯଦି ଝୁଣ୍ଟି ପଡ
ନିଜକୁ ଅନୂଭବ କରିପାର
ହେଲେ ତାହା ଅପୂର୍ଣ୍ଣ ସର୍ତ୍ତ
ନିଜେହିଁ ସନ୍ଧାନ କରିପାରିବ
ତାହାହିଁ ଏଇତ ଜୀବନ ।
