STORYMIRROR

Abhina Biswal

Romance Classics Children

3  

Abhina Biswal

Romance Classics Children

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

1 min
360

 ବୈଶାଖ ର ଝାଂଜି ବେଳାରେ ତମ କଥା ଭାବିଦେଲେ

ଯେଉଁ ଶୀତଳ ଶ୍ରୀହରଣ ମୋ ଦେହରେ ଖେଳିଯାଏ,  ଏଇ ବୋଧେ ପ୍ରେମ l

 ଶ୍ରାବଣର ପହିଲି ବର୍ଷା ରେ ତମ ଓଦା ଓଦା ମୁଁହ ର

ଚମକ ମୋ ଅନ୍ତରରେ ଯେଉଁ ସୁମଧୁର ବନ୍ୟା କରାଇଥିଲା ,  ଏଇ ବୋଧେ ପ୍ରେମ l

ତମକୁ ପ୍ରଥମ ଦେଖାରେ ମୋ ଆଖିର ପଲକ ସ୍ଥିର ହୋଇଯାଇଥିଲା,

ମୁଁ କ୍ଷଣିକ ପାଇଁ ସ୍ତମ୍ଭ ପାଲଟିଯାଇଥିଲି, ଏଇ ବୋଧେ ପ୍ରେମ l

ଝରକା ସେପାଖେ ଜହ୍ନ କୁ ଦେଖି ତମ ସହ

ବିତିଥିବା ମୁହୂର୍ତ କୁ ଭାବି ହସିଲା ବେଳେ ଖଣ୍ଡେ ବାଦଲ ଢାଙ୍କି ଦିଏ  ]

   ଜହ୍ନ କୁ ହେଲେ ମୁ ଅନେଇରହେ ବାଦଲର ଯିବାବାଟକୁ, ଏଇ ବୋଧେ ପ୍ରେମ l

ତମର ପ୍ରଥମ ସ୍ପର୍ଶ ରେ ମୋ ହୃଦୟ

ସ୍ପନ୍ଦନର ବେଗ ତୀବ୍ର ହୋଇଯାଇଥିଲା l ଏଇ ବୋଧେ ପ୍ରେମ

ମୁଁ ଅନ୍ୟମନସ୍କ ଥିବା ମୁହୂର୍ତ ରେ ତମେ ମୋ ଆଖିରେ ଆଖି ମିଶେଇ

ଦୁଇ ପଦ ମିଠା କଥାରେ ମୁଁ ଲାଜେଇ ଯାଇଥିଲି l ଏଇ ବୋଧେ ପ୍ରେମ l

ସେ ଜହ୍ନ ରାତିରେ ରାସ୍ତାର ଏକ ପାର୍ଶ୍ୱରେ

ଦୁହେଁ ହାତ ଧରି ଧୀରେ ଧୀରେ ଚାଲିବାବେଳେ,

ରାସ୍ତା ଅସରନ୍ତି ହେଇଯାଉ ଏହା ଉଭୟଙ୍କ ଇଚ୍ଛା ଥିଲl ଏଇ ବୋଧେ ପ୍ରେମ

ତମେ କଲେଜ ରୁ ଘରକୁ ଗଲାବେଳେ

ମୁଁ ତମ ଯିବା ବାଟକୁ ଅନେଇ ରହିଥାଏ,

ଏତିକିବେଳେ ତମେ ପଛକୁ ବୁଲି ସ୍ମିତହସ ଟେ ଦେଇ ଯାଅ ମତେ,,ଏଇ ବୋଧେ ପ୍ରେମ l

ତମର ସେ ଭଲପାଇବା ର ସ୍ମୃତି ଭାବରେ ଦେଇଥିବା

ଉପହାର ଆଜିବି ସାଇତି ରଖିଛି, କାନ୍ଥ ଆଲମିରା ରେ ନୁହେଁ ,

ହୃଦୟର ଗଭୀର ପ୍ରଦେଶରେ  ଏଇ ବୋଧେ ପ୍ରେମ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance