ମୃତ୍ୟୁ
ମୃତ୍ୟୁ
1 min
385
ସକାଳର ବାଳୁତ ସୂର୍ଯ୍ୟର ଶୋଭା ଠାରୁ
ଗୋଧୂଳିର ଦିବାକର ଅସ୍ତ ଯାଇଁ ମୁଁ ଲିପ୍ତ ରହେ
ମୋର ଜୀବନର ସଂଗ୍ରାମ ଭିତରେ l
ସନ୍ଧ୍ୟା ଆସେ
ଆସେ ପୁଣି ରାତି
ଅନ୍ଧାରର ଚାଦର ସମ୍ପୂର୍ଣ୍ଣ ଆକାଶକୁ ଢାଙ୍କିଡିଏ l
ମୁଁ କ୍ଲାନ୍ତ ହୋଇପଡେ
ମୁଁ ସମର୍ପଣ ହୋଇଯାଏ ଶେଜକୁ l
ରାତିର ତିମିରକୁ ଚିରି ତମେ ଆସ
ଶ୍ୱେତ ରଙ୍ଗର ଶାଢ଼ୀ ପିନ୍ଧି l
ମୁଁ ହତଵାକ ହୁଏ ଏ ଅନ୍ଧାରରେ ଦେଖି ତମକୁ
ଆଉ ନିଜକୁ ଧିକ୍କାର କରେ l
ଦିବା ସ୍ୱପ୍ନ ଭିତରେ ମୁଁ ଭାସିଯାଇ
ବାସ୍ତବକୁ କେମିତି ପାସୋରିଦେଲି ନିଜ ଠାରୁ l