STORYMIRROR

Bedaprakash Nayak

Inspirational

3  

Bedaprakash Nayak

Inspirational

ଏଇ ବୋଧେ ନର୍କ

ଏଇ ବୋଧେ ନର୍କ

1 min
13.5K



ସ୍ବର୍ଗ ର ଆର ପଟ ନର୍କ

ଦୁଃଖ,ଶୋକ, ରୋଗ,ଭୋକ

ମାନଙ୍କ ସୁଶୋଭିତ ଉଦ୍ୟାନ

ନୀଳ ନୀଳ ଆକର୍ଷଣ

ବେଶ୍ ଆମୋଦ ପୂର୍ଣ୍ଣ ।।

ଷଠିରୁ ମଶାଣି

ଜଂଜାଳିତ ମୋହର ରୋଷଣି

ଭୋଗରେ ଶିହରିତ

ତନୁ ମନ ତନ୍ନ ତନ୍ନ

ଗଠନ ର ଭେଳିକିରେ

ସବୁ ହୁଏ ଭଗ୍ନ ।।


ଜୀବନ ଚିତ୍ରରେ

ଢାଳି ଦେଲେ

ଯେତେ ରଙ୍ଗ

ଲୁଚେ ନାହିଁ ନଗ୍ନ ।।

ଏଇ ବୋଧେ ନର୍କ

ଆସ ଏବେ ଏବେ

ଆଖି ବୁଝି ଶୋଇଯିବା

ରାତି ଜମା ପାହିବନି

ସରିବନି ସ୍ବପ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational