STORYMIRROR

Bedaprakash Nayak

Others

2  

Bedaprakash Nayak

Others

ହାଏ ତୋ ପ୍ରେମ

ହାଏ ତୋ ପ୍ରେମ

1 min
13.7K


ମିଶିଗଲା ମନ ବିତିଗଲା ଦିନ

ଭାବି ଭାବି ତୋ କଥାରେ

ସବୁ ରାସ୍ତା ଆଜି ତୋ ଗାଁକୁ ଛୁଏଁ

ପାଦ ମୋର ସେଇ ବାଟରେ,

ତୋ ଗାଁ ବାଟର ଅଜଣା ବାଟୋଇ

ଲାଗେ ମତେ ଆପଣାର

ଧାନ ବିଲ ଆଉ ପୋଖରୀ ହୁଡାରେ

ବିଞ୍ଚିଛୁ କି ବାସ୍ନା ତୋର,

ମନ୍ଦିର ଦାଣ୍ଡରେ କୃଷ୍ଣଚୁଡା ହସେ

ତୋ ନାଲି ଓଢଣୀ ଧରି

ମନ୍ଦିର ଘଣ୍ଟିରେ ତୋ ପାଉଁଜି ଶବ୍ଦ

ଦେଲାଣି ତ ମତେ ଘାରି,

ତୋ ଗାଁ ପିଲା ସନ୍ଦେହ ଆଖିରେ

ଦେଖୁଛନ୍ତି ମତେ ଏବେ

ମୁଁ ହସୁଥାଏ ମୁରୁକି ମୁରୁକି

ସମ୍ପର୍କ ଯୋଡିବା ଭାବେ।

(ଏବେ ତୋ ଗାଁ ରେ ସଞ୍ଜ

ଆଲୁଅ ଆସିଲେ ପରେ ଲେଖିବି)


@ବେଦପ୍ରକାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍