STORYMIRROR

Lalatendu Kabi

Inspirational

2  

Lalatendu Kabi

Inspirational

ଏବେଠୁ ଯତ୍ନରେ ଲେଖ

ଏବେଠୁ ଯତ୍ନରେ ଲେଖ

1 min
13.5K



ଧ୍ୱସ୍ତ ପତର

କହେ ସତ୍ସାର !

ସ୍ୱସ୍ଥ ଗୀତିକା ଗଢ;

କବିତା ଗ୍ରନ୍ଥ

ଲେଖିବ ସାର୍ଥ

ଶବ୍ବ-ଅର୍ଥ ପଢ ॥୧

ସନ୍ଧି ସମାସ,

ରୂପ ବିନ୍ୟାସ,

କର୍ତ୍ତା କର୍ମ କ୍ରିୟା

ଛନ୍ଦ କି ଯତି

ନାହିଁ, ଦୁର୍ମତି

କାବ୍ୟ-ଜଗତେ ଠିଆ ?୨

ଲେଖି ତ ପାରୁନ

ସଠିକ ବନାନ!

ପଢି ନାହଁ ଛବି ବହି;

ଏତେ ନିର୍ଲଜ,

କବିତା ରାଜ୍ୟ

ବରିଲ ଷଣ୍ଢ ହୋଇ! !୩


ନିର୍ଲଜ ମୁଖେ

କର ମାରି ବୁକେ

ନିଜକୁ କହୁଛ କବି,

ଅଧୁନା ଶୈକ୍ଷ,

ଗଢିବ ଲୈଖ୍ୟ

ହେଲା ପରେ ଅନୁଭବୀ ।୪

ବୄଦ୍ଧ ବୟସେ

ରୁଦ୍ରଭୂ ପାଶେ

କବି କିଏ ବନିଥିଲା,

କୌମାରେ ଶାସ୍ତ୍ର

କରି ବିବସ୍ତ୍ର

କେଡେ ଉଦ୍ଧତ ପିଲା ?୫

ଆଦ୍ୟ ଢୀବଥେ

କାବ୍ୟ ଜଗତେ

ନିନ୍ଦା ଡାକନା ଭାଇ;

ଦୁଇଟି ପତ୍ରେ

କୁଣ୍ଡାଇବାରେ

ଗୌରବ କିଛି ନାହିଁ ।୬॥




ଲଲାଟେନ୍ଦୁ କବି

୨୦୧୮୦୧୨୯୧୦୪୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational