STORYMIRROR

Puja Badi

Romance

3  

Puja Badi

Romance

ଏ ମନ

ଏ ମନ

1 min
178

ଆଜି କାଇଁ ଲାଗୁଛି ଏ ଦିନ ବି ଅନ୍ଧାର

ଯେମିତି ପୁର୍ଣ୍ଣିମାରେ ଅମାବାସ୍ୟାର ପ୍ରହାର,

ନ ଥିଲା ମୋ ପ୍ରେମରେ ଅଭାବ

ଥିଲା ଖାଲି ମୋର ଉପରେ ତାର ତୁଚ୍ଛ ଅବିଶ୍ୱାସର ।


ଜାଣିନି ମୁଁ କାହିଁ ଆଜି ଲାଗୁଛି ଏମିତି

ଅଛି ମୋ ଶରୀର କିନ୍ତୁ ନାହିଁ ନିଶ୍ୱାସ

ବିଶ୍ୱାସରେ ବିଷ ଲାଗୁଛି ଯେମିତି

ନିଜ ଲୋକରେ ବି ଆଜି ନାହିଁ ବିଶ୍ୱାସ ।


ମନକୁ ସିନା ବୁଝେଇ ଦେବି ତମ ସ୍ମୃତି ଦେଖେଇ

କିନ୍ତୁ ;ଆଖିକୁ କଣ ଦେଇପାରିବି ଠକେଇ

ତମକୁ ଆଖି ଖୋଜୁଛି

ଦିନେ ତ ସ୍ଵପ୍ନରେ ଆସି ଆଖିକୁ ଦେ ବୁଝେଇ ।


କାହିଁ କେମିତି ଛାଡି ଗଲ ମତେ

ଏବେ ସମ୍ପୂର୍ଣ ଏକା କରି,

ଏବେ ମୁଁ ଭାବୁଛି କେମିତି ରହିବି

ତୋ ସ୍ମୃତି କୁ ସାଥିରେ ଧରି ।


ମୁଁ ଭୁଲିବାକୁ ଚାହେଁ ଏ ବିଷାଦ ମୁହୂର୍ତ୍ତକୁ 

ଆଉ ଭାବିବାକୁ ଚାହେଁ ନି ସେ ଅଭୁଲା ସ୍ମୃତିକୁ 

କିନ୍ତୁ ;ଏ ମନ ଯୋଡିଦିଏ

ତମ ସ୍ଵପ୍ନ ହେଲେ ମୋ ଆଖିକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance