STORYMIRROR

Runa Pradhan

Romance

3  

Runa Pradhan

Romance

ଦୂରେଇ ନାୟିକା

ଦୂରେଇ ନାୟିକା

1 min
250

ଆହେ ମୋ ପ୍ରେମିକା

ଅଛି ଏକା ଏକା

ଅଛ ମୋର ଦୂରେ ରହି

ସକାଳେ ସନ୍ଧ୍ୟାରେ

ସକଳ ତୁମର

ମନ ମୋର ଖୋଜୁ ଥାଇ।


କେଉଁଠି କେମିତି

ଅଛ ଏବେ ପ୍ରିୟା

ଆଖି ମୋର ଖୋଜେ ଖାଲି

ସେବେଠୁ ଏଯାଏଁ

ମନ ମୁଁ ପକାଏ

ହେଉନି ବି ଆଉ ଭୁଲି।


ଜାଣି ପାରିଲିନି

ମନ ମୋ କେମିତି

ଭଲ ପାଇଗଲା ବେଶି

ମନର କଥା ମୋ

ମନରେ ରହିଲା

କହିଲିନି ପାଖେ ଆସି।


କେଜାଣି ସତରେ

ଦେଖା ହେବ ଯଦି

କରିବି ପ୍ରେମ ବିନତୀ

ଜୀବନେ ମୋହର

ତମେ ଦରକାର

କହି କରିବି ମୁଁ ଇତି।

***×***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance