ଦୂରେଇ ନାୟିକା
ଦୂରେଇ ନାୟିକା
ଆହେ ମୋ ପ୍ରେମିକା
ଅଛି ଏକା ଏକା
ଅଛ ମୋର ଦୂରେ ରହି
ସକାଳେ ସନ୍ଧ୍ୟାରେ
ସକଳ ତୁମର
ମନ ମୋର ଖୋଜୁ ଥାଇ।
କେଉଁଠି କେମିତି
ଅଛ ଏବେ ପ୍ରିୟା
ଆଖି ମୋର ଖୋଜେ ଖାଲି
ସେବେଠୁ ଏଯାଏଁ
ମନ ମୁଁ ପକାଏ
ହେଉନି ବି ଆଉ ଭୁଲି।
ଜାଣି ପାରିଲିନି
ମନ ମୋ କେମିତି
ଭଲ ପାଇଗଲା ବେଶି
ମନର କଥା ମୋ
ମନରେ ରହିଲା
କହିଲିନି ପାଖେ ଆସି।
କେଜାଣି ସତରେ
ଦେଖା ହେବ ଯଦି
କରିବି ପ୍ରେମ ବିନତୀ
ଜୀବନେ ମୋହର
ତମେ ଦରକାର
କହି କରିବି ମୁଁ ଇତି।
***×***

