ବିଜ୍ଞାନ ମାନବ
ବିଜ୍ଞାନ ମାନବ
ରେ.. ରେ.. ଆଜିର ବିଜ୍ଞାନ ମାନବ
ଆଜି ଟିକେ ବୁଝିଯାଆ
ହୀନ ହେଲାଣି ଜାତୀୟ ଜୀବନ
ଏ ଧରା କଥା ତିଳେ ଦେଖୁଥା ଆ।
ଏ କଥା ନୁହଁ କି ସଭ୍ୟତା
ପଛରେ ବିଜ୍ଞାନର ବଳେ ହିଁ ବଞ୍ଚିଥିବ
ବିଜ୍ଞାନର ଅତି ବଳେ ବିଶ୍ଵର କି' କ୍ଷତି
ଏ କଥାଟିକୁ ଦୃଷ୍ଟି ରଖିଥିବ।
କେତେ ଦିନ ଆଉ ପୁଣି
ବିଶ୍ଵ ବକ୍ଷରେ ଅଜ୍ଞ ହୋଇ ରହିଥିବ
ସ୍ବାର୍ଥ ଆଳାରେ ବିଶ୍ଵ ସମ୍ପଦକୁ ତ୍ୟଜି
ବଳିଷ୍ଠ ବିଳାସୀ ହୋଇଥିବ ।
ବୃଦ୍ଧି କରୁଛ ବିଜ୍ଞାନକୁ ହେଲେ
ଦୂଷିତ ହେଉଛି ବାୟୁ ଜଳ
ଯାହା ହେବା କଥା ତାହା ହେଉ ନାହିଁ
ହେଉଛି ଧରା ଅତି କରାଳ।
ଜାତୀୟ ଜୀବନ ନଷ୍ଟ ହେଲାଣି
ହେଲାଣି ରାଷ୍ଟ୍ର ଭଷ୍ଟ୍ର ଛାର
ହେଲେ ହେଁ ଏ ଯାଏଁ ସତର୍କର ଚେତା
କାହା' ହୋଇ ନାହିଁ ତୀବ୍ରତର।
ଜାଗ ଜାଗ ଆଜି ସମୟ
ଆସିଛି ବୁଝ ଏ ଧରାର କୋଷଣ
ବିଶ୍ଵ ସକାଶେ ବିଜ୍ଞାନର ଅତି କରାମତି
କେତେ ଯେ ସଙ୍କଟ ପ୍ରବଣ।
