STORYMIRROR

Runa Pradhan

Abstract

3  

Runa Pradhan

Abstract

କିଛି କଥା ଏ ଜୀବନର

କିଛି କଥା ଏ ଜୀବନର

1 min
244

କିଛି ସତ, କିଛି ସର୍ତ୍ତ


କିଛି କଥା, କିଛି କାର୍ଯ୍ୟ


ହୋଇଛି ଗୁନ୍ଥି ଏ ମାନବ ଜାତିରେ


ଜିଇଁବାକୁ ଏ ଭବେ ଭବ୍ୟ ପ୍ରୀତିରେ।


ଜୀବନର ଚଲାପଥ


କୁସୁମିତ କଣ୍ଟକିତ


ବିତେ ଫୁଲ ପରି ସୁଖ ଦୁଃଖରେ


ଥିଲା ଯାଏଁ ପିଣ୍ଡ ଏ ଶରୀରରେ।


ଜୀବନ ଏଠି ସାଧାରଣ


ଶରୀର କିନ୍ତୁ ଭିନ୍ନ ଧରଣ


ହେଲେ ସଭିଏଁ ସୁପ୍ତ ମାନବିକତା ରେ


ଜୀବନର ଏହି କ୍ଷୁବ୍ଧ ଦୋ ଛୋକିରେ।


ରହିଯାଉ କଥା ରହୁ କାର୍ଯ୍ୟ


ରହୁ ଜୀବନର ଯଥାଯଥ


ଜୀବନର ପୂର୍ଣ୍ଣ ମହାନିର୍ବାଣ ପରେ


ବଳୀୟାନ ଏହି ସଂସାର ଗର୍ଭରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract