ଝିଅଟିଏ
ଝିଅଟିଏ
1 min
271
ଝିଅଟିଏ
କେବେ ନୂଆ ଆଶା ନୂଆ ଝଲକରେ
ଝଲସା ଲାଗେ ତ
କେବେ ପୀଡ଼ାର କାୟା ଆଉ ମାୟାରେ
ପୀଡ଼ିତ ଶୋଷିତ ଝିଅଟିଏ
କେବେ ସଂସାରର ସକଳ କର୍ତ୍ତବ୍ୟରେ
ସଦା ସଂଗଠିତ ତ
କେବେ ପୁରୁଷର ଲମ୍ଫଟ ଲାଞ୍ଛନାରେ
ଲିପ୍ତ ପ୍ରପୀଡ଼ିତ ଝିଅଟିଏ
କେବେ ସମାଜର ଶିକ୍ଷା-ଶିଖା ଜ୍ଜ୍ଵଳନରେ
ନିଜେ ଜ୍ଜ୍ୱଳିତ ତ
କେବେ ପୁରୁଷର ବଳାତ୍କାର ଵହ୍ନିର ଜ୍ୱାଳାରେ
ଦଗ୍ଧିତ ଭସ୍ମିତ ଝିଅଟିଏ
କେବେ ସହଜରେ ଭର୍ତ୍ସନାର ଶିକାରରେ
ଜଡ଼ିତ ବିବାଦିତ ତ
କେବେ ଆମରଣ ସମାଜର ବାଦ ଅପବାଦରେ
ଚିର କବଳିତ
