STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଦୁର୍ଗତିନାଶିନୀ ମାଆ

ଦୁର୍ଗତିନାଶିନୀ ମାଆ

1 min
3.1K

ବେଗେ ଆସ ମାଆ ଦଶଭୁଜା ତୁହି 

ସଜ ହେଲେଣି ଭକ୍ତ ତୋରପୂଜାପାଇଁ 


ମରତରେ ପାପ କଳାଛାଇ ପରି 

ଘୋଟିଲାଣି ମାଆ ତା କାୟା ବିସ୍ତାରି 


ଅନ୍ୟାୟ ର ଖିଅ ଲମ୍ବି ଲମ୍ବି ଯାଏ 

ପ୍ରଗତି ନାମରେ ଶୋଷଣ ଯେ ହୁଏ 


ଗରିବ ର ଦୁଃଖ ବୁଝନ୍ତିନି କେହି 

ଖାଲି ବଞ୍ଚି ରହେ ଲୁହ ପିଇ ପିଇ 


ଗରିବ ଜନର ସରଳତା ନେଇ 

କ୍ଷମତା ପାଇଁକି ଲାଗନ୍ତି ଲଢେଇ 


ତୁଚ୍ଛାଟା ରେ ଖାଲି ଡିଣ୍ଡିମ ପିଟନ୍ତି 

ଟଙ୍କା ପାଇଁ ଅନ୍ୟ ତଣ୍ଟି କୁ କାଟନ୍ତି 


କୋଟିପତି ନିଶାପାଣିରେ ଶାସକ 

ଭୁଆଁ ବୁଲାଏ ସେ ସାଜିଣଶୋଷକ 


ଆଜି ସମାଜରେ ସ୍ୱାଧୀନତା କାହିଁ 

ନାରୀଟିଏ ଡରେ ଏକା ଯିବାପାଇଁ 


ସଭିଏଁ ଭାବନ୍ତି ନାରୀହିଁ ଦୁର୍ବଳା 

ସେଥିପାଇଁ ପରା ନାମ ତା ଅବଳା 


ବଞ୍ଚିବାର ରାହା ପାଉନାହିଁ ସିଏ 

ବିନା ଦୋଷେ ଖାଲି ଲାଞ୍ଚିତ ସେ ହୁଏ 


ତେଣୁ ତୁହି ମାଆ ଆସ ଦଶଭୁଜା 

ମହିଷା ମାନଙ୍କୁ ଦେଇ ଯାଅ ସଜା 


ତୋ ସନ୍ତାନ ଆଜି ବିପଦେ ଡାକଇ 

ମା ଶକ୍ତିମୟୀ ସାହା ଏକା ତୁହି 


ଷଢ଼ରିପୁ ଧ୍ୱଂସି ହୁଅ ଆବିର୍ଭୁତା 

କାଟି ଦିଅ ମା ଗୋ ଲକ୍ଷ୍ମଣର ରେଖା 


ଜଗତର ଦୁଃଖପୋଛିପଣତରେ 

କରୁଣାର ବାରି ଢାଳି ଦିଅ ଥରେ 

 

ଏତିକି ମିନତି କରେ ଶ୍ରୀ ପୟରେ 

ତୋ ନାମ କୁ ସଦା ଗାଏ ସାତସୁରେ 

   


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract