STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଦୁନିଆ ଟା ଲାଗେ ପରବ ପରବ

ଦୁନିଆ ଟା ଲାଗେ ପରବ ପରବ

1 min
176

ସବୁ ଥିଲା ଶୁନ୍ ଶାନ୍ ନୀରବ ନୀରବ

  କିଏ ଆସି ଭରିଦେଲା ଚୁନା ଚୁନା ସ୍ବପ୍ନ ଏତେ

   ଦୁନିଆଟା ଲାଗେ ଆଜି ପରବ ପରବ...


  ହଜିଯାଏ ନିଦ ସବୁ ଭଲଲାଗେ ଶୋଇବାକୁ

                  ଚେଇଁ ଚେଇଁ

  ହାତ ଠାରେ ଦୂର ସେଇ ଗଡିଆର ସଜଫୁଟା

                 ନୀଳ କଇଁ

    ଇଏ ଆଉ ସିଏ ମୋତେ

     ପଚାରନ୍ତି ପ୍ରଶ୍ନ କେତେ

   ଲାଜୁଆ ଓଠରେ ନାହିଁ ଜବାବ ଜବାବ .…


ମନେ ମନେ ଲେଖୁଛି ମୁଁ ରାତି ସାରା ଗପ କେତେ

                     ନୂଆ ନୂଆ

ଚୁପି ଚୁପି ଗାଉଛି ମୁଁ କାହାପାଇଁ ଗୀତ କେତେ

                     ମନ ଛୁଆଁ

     ଛୁଇଁ ଦେଲେ କେହି ମୋତେ

      ଚମକେ ମୁଁ ଅଜଣାତେ

  ଲାଗେ କାହିଁ ରହିଗଲା ଅଭାବ ଅଭାବ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance