ଦୁଇ କ ପଣକିଆ ଗୀତ
ଦୁଇ କ ପଣକିଆ ଗୀତ
ଦୁଇ ଏକେ ଦୁଇ,
ଦେଖୁବୁ ଆରେ ଭାଇ l
ଦୁଇ ଦୁଗୁଣେ ଚାରି,
ବିଲେଇ ଚାଟୁଛି କ୍ଷିରୀ l
ଦୁଇ ତିରିକି ଛଅ,
ହାତରେ ବାଡି଼କୁ ଧଅ l
ଦୁଇ ଚଉକୁ ଆଠ,
ବିଲେଇକୁ ଯାଇ ପିଟ l
ଦୁଇ ପଞ୍ଚl ଦଶ,
ବିଲେଇ ହେଲା ଶେଷ l
ଦୁଇ ଷୋକୋ ବାର,
ବିଲେଇଟିକୁ ତୁ ' ଧର l
ଦୁଇ ସତା ଚଉଦ,
ଅଖାରେ କର ବନ୍ଦ l
ଦୁଇ ଅଷ୍ଟl ଷୋହଳ,
ଚା' ଫିଙ୍ଗିଦେବା ଚଞ୍ଚଳ l
ଦୁଇ ନୂଆଁ ଅଠର,
ପ୍ରାୟଶ୍ଚିତ କର ପାପର l
ଦୁଇ ଦଶା କୋଡିଏ,
ବ୍ରାହ୍ମଣ ଖୁଆ ଯୋଡିଏ l